Monday, November 16, 2026
Home ଆଞ୍ଚଳିକ ବସୁନ୍ଧରା ମା’ଙ୍କ ସ୍ନାନ ପୂର୍ବରୁ ମୌସୁମୀ ଭିଜାଇଲା ବସୁନ୍ଧରା ମା’ଙ୍କୁ ।

ବସୁନ୍ଧରା ମା’ଙ୍କ ସ୍ନାନ ପୂର୍ବରୁ ମୌସୁମୀ ଭିଜାଇଲା ବସୁନ୍ଧରା ମା’ଙ୍କୁ ।

17

ବୁଗୁଡ଼ା , ୧୭/୦୬/୨୨ ( ଜିଲ୍ଲା ଖବର ) : ରାଜ୍ୟ ପାଣିପାଗର ପୂର୍ବାନୁମାନ ଦେଇଥିବା ବେଳେ ତାହା ସତ୍ଯ ପ୍ରମାଣିତ ହୋଇ ଗଞ୍ଜାମ ଜିଲ୍ଲା ବୁଗୁଡ଼ା

ସହର ଓ ଆଖପାଖ ଅଞ୍ଚଳରେ ଗତକାଲି ସନ୍ଧ୍ୟା ସମୟରେ ହଠାତ ମୌସୁମୀ ରାଣୀ ଆସି ଧରଣୀ ରାଣୀ ତଥା ବସୁନ୍ଧରା ମା’ଙ୍କୁ ଭିଜାଇ ଦେଇଥିଲା ।

ତିନିଦିନ ପୂର୍ବରୁ ବସୁନ୍ଧରା ମା’ ରଜସ୍ବଳା ହୋଇଥିବା କଥା ହିନ୍ଦୁ ସଂସ୍କୃତିରେ ଦର୍ଶାଯାଇଥିବା ବେଳେ ଆଜି ବସୁନ୍ଧରା ମା’ ଶୁଦ୍ଧ ସ୍ନାନ କରିବା ବିଧି ରହିଛି ।

ତା’ ପୂର୍ବରୁ ମୌସୁମୀ ଆସି ବର୍ଷା ମଧ୍ଯ ହେଉଥାଏ। ସେହିପରି ଶୁଦ୍ଧ ସ୍ନାନ ପୂର୍ବରୁ ମୌସୁମୀର ପ୍ରଭାବରେ ବର୍ଷା ସହ ବିଜୁଳି ପବନ ମଧ୍ଯ ହୋଇଥିଲା।

ଯା’ଫଳରେ ଚାଷୀମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିଲା ତା’ସହ ଦୀର୍ଘଦିନର ରୌଦ୍ରତାପର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା ସେହି ତାପମାତ୍ରା ତାତିରୁ ମଧ୍ଯ ତ୍ରାହି ପାଇ ଜନଜୀବନକୁ ଆଶ୍ବସ୍ତି ମିଳିଛି।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।