Monday, November 16, 2026
Home ଆଞ୍ଚଳିକ ବିଦ୍ୟୁତ୍ ସଂଯୋଗ କୁ ଦେଇ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା।

ବିଦ୍ୟୁତ୍ ସଂଯୋଗ କୁ ଦେଇ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା।

25

ସୋରଡା , ୧୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ କାର୍ଯାଳୟ ଶତାଧିକ ଆଦିବାସୀ ମାନଙ୍କ ଗଣ ଧାରଣା l ଦୀର୍ଘବର୍ଷ ହେବ ବିଦ୍ୟୁତ ସେବା ରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ l

ଯାହାକୁ ନେଇ ଆଜି ଅଖିଳ ଭାରତ କିସାନ ମଜଦୁର ସଭା ତରଫରୁ ଦାବୀକରି ସିଦ୍ଧପୁର ପଞ୍ଚାୟତ ରଘୁନାଥପୁର , କମାଲଖାଲ, ସରାବାଡୀ ପଂଚାୟତ ମଇଶିଆପଦା,ଅସୁରବନ୍ଧ ପଂଚାୟତ ବି.ଅଂହଲାଝୋଳି,ଗୌଡ଼ଗୋଠ ପଂଚାୟତ କରଡାପଙ୍କାଳର ଗ୍ରାମବାସି ବ୍ଲକ କାର୍ଯ୍ୟାଳୟ ସମୁଖରେ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି l

ଗ୍ରାମବାସୀ ଙ୍କ କହିବା ଅନୁସାରେ ନିର୍ବାଚନ ସମୟରେ ବିଦ୍ୟୁତ ସଂଯୋଗ କୁ ନେଇ ଭୋଟ ବର୍ଜନ ମଧ୍ୟ କରିଥିଲେ କିନ୍ତୁ କିଛି କୁଜି ନେତା ଓ ପ୍ରଶାସନ ର ମିଥ୍ୟା ପ୍ରତିଶୃତି ରେ ଭୋଟ ବର୍ଜନ କୁ ପ୍ରତ୍ୟାହାର କରିଥିଲେ l

ଗ୍ରାମବାସୀ ମାନେ ସମସ୍ୟା କୁ ନେଇ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା l

ବର୍ତମାନ ଗ୍ରାମବାସି ମାନଙ୍କର ଏକା ଦାବୀ ଯେତେଦିନ ପର୍ଯ୍ୟନ୍ତ ନିଜ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇନାତଜିବା ସେତେଦିନ ପର୍ଯନ୍ତ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଗଣଧାରଣା ଚାଲୁରହିବ l