
କୁଲାଡ , ୧୭/୦୬/୨୨ ( ଜିଲ୍ଲା ଖବର ) : ଉତ୍କଳ ମାଟି ତଥା, ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ରୁପେ ପରିଚିତ କୁଲାଡ଼ ଗ୍ରାମର ଶ୍ରୀଜଗନ୍ନାଥ
୫୦୦(ପାଞ୍ଚଶହ) ବର୍ଷ ରୁ ଅଧିକା ୧୫୪୧ ମସିହା ଠାରୁ ଏଠାରେ ଆବିର୍ଭୂତ।



କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ଏହାଯେ ଶ୍ରୀଜିଉ ଙ୍କ ପୁରୁଣା ରଥକୁ ସଜାଡ଼ିବା ପାଇଁ,


ଉନ୍ନତ ମାନର କାଷ୍ଠର ଆବଶ୍ୟକତା ବିଷୟରେ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅବଗତ କରାଇବା ସତ୍ୱେ, କିଛି ସୁଫଳ ସମାଧାନ ହୋଇନାହିଁ।



ବର୍ତ୍ତମାନ ପ୍ରଶାସନ ର ଅବହେଳା ଓ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିର ଆଜି ଶ୍ରୀ ହିନ ଦେଖାଯିବାକୁ ବସିଲାଣି।


ଭାରତ ପତ୍ନତତ୍ୱ ବିଭାଗ ଅଧୀନରେ ଥୁବ ଏହି ମନ୍ଦିର ପ୍ରଶାସନିକ ଅବହେଳାର ଶିକାର ହୋଇଛି।


ଗଂଜାମ ଜିଲ୍ଲା ସୋରଡା ଅଂଚଳରୁ ଟ୍ରକ ଟ୍ରକ କାଠ ପୁରୀ ରଥ ନିର୍ମାଣ ପଠାଯାଉଥିବା ବେଳେ କୁଲାଡ ଜଗନ୍ନାଥ ମନ୍ଦିର ରଥ ପାଇଁ ରଥ କାଠ ର ଅଭାବ କୁ ପୂରଣ ହୋଇ ପାରୁନି।


ଭଙ୍ଗା ଅଖ,ଭଙ୍ଗା ଚକ କୁ ନେଇ ଚିନ୍ତିତ ଜଗନ୍ନାଥ ପ୍ରେମୀ ଯେ ଏ ବର୍ଷ ରଥ ଯାତ୍ରା ହେବ କି ନାହିଁ।





୬ ଟି ସଚିବଙ୍କ ଐତିହ ଓ ମନ୍ଦିର ନବୀକରଣ ଯୋଜନା ରେ କୁଲାଡ ଜଗନ୍ନାଥ ମନ୍ଦିର ପ୍ରତି ଦୃଷ୍ଟି ପଡିବକି।


