
ଘଟକୁରୀ , ୧୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଘଟକୁରି ଲେଙ୍କା ତୋଟାରୁ ଗୋଟିଏ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତକ ହେଲେ ଖାରିଆ ଗ୍ରାମର ୫୦ ବର୍ଷୀୟ ଶିବରାମ ଜେନା l

ସେ ମିସ୍ତ୍ରୀ କାମ କରି ତାଙ୍କ ପରିବାର ଚଳାନ୍ତି l ଗତ ୧୪ ତାରିଖ ଦିନ ସକାଳ ୭ ଟା ବେଳେ କାମ କରିବାକୁ ଯାଇ ଆଉ ଫେରିନଥିଲେ l ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳୁ ଶିବରାମ ଙ୍କ ମୃତଦେହ ଲେଙ୍କା ତୋଟା ନିକଟରେ ପଡ଼ିଥିବା ଶୁଣିବାକୁ ପାଇଥିଲେ l


ଏହାପରେ ଶିବରାମ ଙ୍କ ପତ୍ନୀ ବାସନ୍ତୀ ଜେନା ତାଙ୍କ ସ୍ୱାମୀ ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରି ଥାନାରେ ଏକା ଅଭିଯୋଗ ଦାୟର କରିଛନ୍ତି l

ଅଭିଯୋଗ ଆଧାର ରେ ପୋଲିସ ଥାନା କେସ ନଂ 16 / 22 ରେ ଏକ ଅପମୃତ ମାମଲା ରୁଜୁକରିବା ସହିତ ମୃତ ଦେହ ଜବତ କରି ତଦନ୍ତ ଜାରିରଖିଛି l



