Home Uncategorized ଜାତୀୟ ସ୍ଥରୀୟ ୧୦୦ ମିଟର ଦୌଡରେ ଯୁବକ ଙ୍କ ସ୍ଵର୍ଣ ପଦକ ହାସଲ ପରେ ଗ୍ରାମରେ...

ଜାତୀୟ ସ୍ଥରୀୟ ୧୦୦ ମିଟର ଦୌଡରେ ଯୁବକ ଙ୍କ ସ୍ଵର୍ଣ ପଦକ ହାସଲ ପରେ ଗ୍ରାମରେ ଦେଖାଦେଇଛି ଖୁସିର ମାହୋଲ

20

ଆସିକା , ୧୬/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗ୍ରାମର କାଳୁ ଚରଣ ବେହେରା ଉତ୍ତରପ୍ରଦେଶ ମଥୁରା ରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ମିଟର ଦୌଡରେ ହାସଲ କରିଛନ୍ତି ସ୍ଵର୍ଣ ପଦକ l ଆଗକୁ ଦୁବାଇରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିଆରେ ରେ ଭଗନେବା ଲାଗି ହୋଇଛନ୍ତି ମନୋନୀତ l ଗୋଟିଏ ଛୋଟ ଗ୍ରାମରୁ ଯାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ଗ୍ରାମର ଟେକ ରଖିଥିବା ରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ l ଏବଂ ଯୁବକ କୁ ସ୍ୱାଗତ କରିବା ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ l ରାଜ୍ୟ ସରକାରଙ୍କ ସହଯୋଗ ହେଲେ ଆଗକୁ କାଳୁ ଚରଣ ନିଶ୍ଚିତଭାବେ ଅନେକ ସଫଳତା ପାଇପାରିବେ ବୋଲି ଆସାରଖିଛନ୍ତି ଗ୍ରାମବାସୀ ।

ଜାତୀୟ ସ୍ଥର ରେ ଗ୍ରାମର ଟେକ ରଖିଥିବା ଯୁବକଙ୍କୁ ସମ୍ଭର୍ଦ୍ଧନା ସହ ଘଣ୍ଟ ମୃଦଙ୍ଗ ବାଦ୍ୟରେ ଗ୍ରାମ ପରିକ୍ରମା କରୁଛନ୍ତି ଗ୍ରାମବାସୀ l ଗତ 8 ତାରିଖ ରେ ଉତ୍ତରପ୍ରଦେଶ ମଥୁରା ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ଥରୀୟ ଦୁତୀୟ ୟୁଥ ଏଣ୍ଡ ସ୍ପୋର୍ଟ୍ସ ପ୍ରମୋସନ ଆସୋସିଏସନ ନେସନାଲ ଚାମ୍ପିୟାନସିଫ 22-23 ରେ ସହେ ମିଟର ଦୌଡରେ ସ୍ଵର୍ଣ ପଦକ ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଙ୍ଗରଡ଼ା ପଞ୍ଚାୟତ ଅମ୍ବାପୁଆ ଗ୍ରାମର କାଳୁଚରଣ ବେହେରା l ଏହି ପ୍ରତିଯୋଗିତା ରେ ସତର ଟି ରାଜ୍ୟର ଶତାଧିକ ପ୍ରତିଯୋଗି ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ସଫଳତା ହାସଲ କରିଛନ୍ତି କାଳୁଚରଣ l ଏହା ସହିତ ଆଗକୁ ଦୁବାଇରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ମଧ୍ୟ ହୋଇଛନ୍ତି l କାଳୁଚରଣ ଙ୍କ ଏହି ସଫଳତା ଶୁଣିବାପରେ ତାଙ୍କୁ ଧୁମ ଧାମରେ ସମ୍ବର୍ଦ୍ଧନା କରିଛନ୍ତି ଗ୍ରାମବାସୀ l ଏବଂ ଗ୍ରାମ ର ଯୁବ ବର୍ଗ ପାଇଁ ସେ ସାଜିଛନ୍ତି ପ୍ରେରଣା l କାଳୁଚରଣ ଗୋଟିଏ ଛୋଟିଆ ଗ୍ରାମରୁ ଓ ଗରିବ ଶ୍ରେଣୀ ପରିବାର ରୁ ଯାଇ ଜାତୀୟ ସ୍ଥରରେ ଜିଲ୍ଲା ର ପଞ୍ଚାୟତ ର ଓ ନିଜଗ୍ରାମର କ୍ଷାତି ରଖିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।

କାଳୁ ଚରଣ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ସେ ଆଜି ଏହି ସଫଳତା ହାସଲ କରିପାରି ଥିବା ସାଙ୍ଗମାନେ କହୁଥିବା ବେଳେ ରାଜ୍ୟ ସରକାର ଙ୍କ ପକ୍ଷରୁ କିଛି ଆର୍ଥିକ ସାହାଯ୍ୟ ମିଳିଲେ ସେ ଆହୁରି ଅଧିକ ସଫଳତା ପାଇପାରିବେ ବୋଲି ଲି ଆସlରଖିଛନ୍ । ପଙ୍କରେ ପଦ୍ମ ଫୁଟିଲା ଭଳି କ୍ରୀଡାର କୌଣସି ସୁବିଧା ନଥିବା ଗୋଟିଏ ଛୋଟିଆ ଗ୍ରାମର କ୍ରୀଡା ଲାଗି ପ୍ରତିକୂଳ ପରିସ୍ଥିତି ସତ୍ୱେ କାଳୁଚରଣ ଆଜି ନିଜ ଉଦ୍ୟମ ରେ ଆଜି ଜାତୀୟ ସ୍ତରରେ ନିଜର କ୍ରୀଡା ପ୍ରଦର୍ଶିତ କରି ସଫଳତା ହାସଲ କରିପାରିଛନ୍ତି l ଯଦି ଗ୍ରାମାଞ୍ଚଳରେ ସରକାର ଙ୍କ ପକ୍ଷରୁ କ୍ରୀଡା କ୍ଷେତ୍ରରେ ଉନ୍ନତି ଲାଗି ଉଚିତ ପଦକ୍ଷେପ ନିଆଯାଆନ୍ତା ତେବେ କାଳୁଚରଣ ଭଳି ଅନେକ ଯୁବକ ସଫଳତା ର ଶୀର୍ଷରେ ପହଁଚି ପାରନ୍ତେ l