
ଖଲ୍ଲିକୋଟ , ୧୬/୦୬/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଦିନ ଦ୍ଵିପ୍ରହରେ ଫୁଟିଲା ଗୁଳି । ପାରିବାରିକ କଳହ ଓ ଜମିଜମା ବିବାଦ କୁ ନେଇ ଦାଦା ପୁଅ ଭାଇ ବଡ଼ ବାପା ପୁଅ ଭାଇ ବୀରେନ କୁ କଲା ଗୁଳି ମାଡ ।

ବୀରେନ ଘରେ ଶୋଇଥିବା ବେଳେ ଘର ଭିତରେ ପଶି କଲା ଗୁଳି ମାଡ । ବୀରେନ ଦେହରେ ୪ରାଉଣ୍ଡ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲ କୁ ଅଣାଯାଇଥିଲା ।

ତେବେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ।
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ ଜିଲ୍ଲା ଖବର।



