
ବୁଗୁଡା , ୧୬/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଉପକଣ୍ଠ ଷୋହଳ ମଇଲି ଗ୍ରାମରେ ପ୍ରତିଷ୍ଠିତ ହୋଇଥିବା ପଞ୍ଚମୁଖି ହନୁମାନ ମନ୍ଦିର ପରିସରରେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ପ୍ରଭାତରୁ ପାରମ୍ପାରିକ ନିତୀନିୟମ ଅନୁଯାୟୀ ହୋମ କାର୍ଯ୍ୟ ଆରମ୍ଭ କରିବା ସହ ଘୃତଯଜ୍ଞ,ନାମ ସଂକୀର୍ତ୍ତନର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।


ଘୃତଯଜ୍ଞ ର କର୍ତ୍ତାଭାବେ ଗୌରହରି ଦାସ ଓ ତାଙ୍କ ଧର୍ମପତ୍ନୀ ନିଷ୍ଠାର ସହ ତୁଲାଇଥିଲେ। ପରିଶେଷରେ ଅନ୍ନପ୍ରସାଦ ସେବନ କରି ସ୍ବଗୃହକୁ ଫେରିଥିଲେ ।



ଏହି କାର୍ଯ୍ୟକ୍ରମକୁ ପଞ୍ଚମୁଖି ହନୁମାନ ମନ୍ଦିର ପରିଚାଳନା କମିଟି ଏବଂ ଅଞ୍ଚଳର ଗ୍ରାମବାସୀବୃନ୍ଦମାନେ ସୁପରିଚାଳନା କରିଥିଲେ । ଏହିପରି କାର୍ଯ୍ୟକ୍ରମ ପ୍ରତିମାସର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେଉଛି ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା


