Friday, November 13, 2026
Home ଆଞ୍ଚଳିକ ଓଡ଼ିଆ ସଂସ୍କୃତିରେ ରଜକୁ ନେଇ ସାହିତ୍ୟ ଆସର ଓ ପୁସ୍ତକ ସମୀକ୍ଷା।

ଓଡ଼ିଆ ସଂସ୍କୃତିରେ ରଜକୁ ନେଇ ସାହିତ୍ୟ ଆସର ଓ ପୁସ୍ତକ ସମୀକ୍ଷା।

71

ଆସିକା , ୧୬/୦୬/୨୨ ( ଜିଲ୍ଲା ଖବର ) : ଅମୂଲ୍ୟ ଆମ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆସିକା ବସଷ୍ଟାଣ୍ଡ ନିକଟସ୍ଥ ଠାକୁରାଣୀ ମନ୍ଦିର ପରିସରରେ ଓଡ଼ିଆ ସଂସ୍କୃତିର ପାରମ୍ପରିକ ଶୈଳୀରେ ରଜ ପର୍ବ ପାଳିତ ହୋଇସାରିଛି । ଇତ୍ୟାବସରରେ ମାଆ ଠାକୁରାଣୀଙ୍କ ପାଖରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ରଜ ପାନ ଖାଇବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ବହୁ ମାନ୍ୟଗଣ୍ୟ ବିଶିଷ୍ଟ ସାହିତ୍ୟିକ ମାନଙ୍କ ଗହଣରେ କବିତା ଆସର ସାଙ୍ଗକୁ “କବୟିତ୍ରୀ ତପସ୍ୱିନୀ ମିଶ୍ର” ଙ୍କ କବିତା ସଂକଳନ “ଭାବ ବିଭବ” ର ସମୀକ୍ଷା ହୋଇଥିଲା । ଉକ୍ତ ଆସର ରେ ସୁସାହିତ୍ୟ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅମୂଲ୍ୟ କୁମାର ଦାଶ ସଭାପତିତ୍ୱ କରିଥିଲେ ।

ଅନୁଷ୍ଠାନର ଉପସଭାପତି ବୁଲୁ ବେହେରା ଯୁବକବି ଚିନ୍ମୟ ରଞ୍ଜନ ମିଶ୍ର , ଉପସ୍ଥାପକ ତଥା କବି ଶ୍ରୀମାନ ରାଇରଞ୍ଜନ ନନ୍ଦ ଏବଂ ସୁପ୍ରଜିତ ସାହୁ କବିତାର ସମୀକ୍ଷା ପର୍ବକୁ ଅତି ସୁଚାରୁ ରୂପେ ସମ୍ପାଦନା କରିଥିଲେ । ଗଙ୍ଗୋତ୍ରି ସ୍ବାଇଁ, ନିରାକାର ବିଷୋୟୀ, ପ୍ରିୟମ୍ବଦ ପଟ୍ଟନାୟକ , ସନ୍ତୋଷ ବିଶ୍ଵାଳ, ଭାସ୍କର ରାଉତ, ଅଜିତ ତ୍ରିପାଠୀ, ଭଜରାମ ସେଠି, ଚିନ୍ମୟ ପୋଲାଇ , ସମାଜସେବୀ ବ୍ରହ୍ମାନନ୍ଦ ଆଚାରି ଙ୍କ ସହ ଅନେକ ଆଗଧାଡିର ସାହିତ୍ୟିକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରଜ ସମ୍ପର୍କିତ କବିତା ଏବଂ ଭାବ ବିଭବ ପୁସ୍ତକ ଅନ୍ତର୍ଗତ କବିତା ପାଠ କରି ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲେ ।

ଅନୁଷ୍ଠାନର ସହ ସମ୍ପାଦକ ତଥା ଦୂରଦର୍ଶନ ଉପସ୍ଥାପକ ଶିବାନନ୍ଦ ବାରିକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପାଦକ ରତ୍ନାକର ଶୀୟ, ସମାଜସେବୀ ତଥା ଆଇନ ପରାମର୍ଶଦାତା ଅନିଲ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମୁନି,ବାଲ୍ମୀକି ବିଷୋୟୀ,ସନାତନ ଲେଙ୍କା, ମନୋଜ ନାୟକ,

କାମଳେନ୍ଦୁ ହୋତା, ଯୋଗୀନ୍ଦ୍ର ପ୍ରଧାନ, ଜଗନ୍ନାଥ ସାହୁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ତାର ସଫଳ ରୂପ ନେଇଥିବା ବେଳେ ପରିଶେଷରେ କବୟିତ୍ରୀ ତପସ୍ୱିନୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।