
ଶେରଗଡ଼ , ୧୬/୦୬/୨୨ ( ଜିଲ୍ଲା ଖବର ) : ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ରେ ଦିନିକିଆ କବାଡି ପ୍ରତିଯୋଗିତା ଉଦଯାପିତ ହୋଈଯାଈଛି। ଏହି ପ୍ରତିଯୋଗିତା କୁ ଶେରଗଡ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ ଏବଂ ପରିଶେଷରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।


ଟ୍ରଫି ପ୍ରଦାନ ସମୟରେ ବ୍ଲକ ଅଧ୍ୟକ୍ଷ ଙ୍କ ସହ ତାକରଡା ପଞ୍ଚାୟତ ର ସରପଞ୍ଚ ରାଜେନ୍ଦ୍ର ସେଠି, ସମାଜସେବୀ ଅବନୀ କୁମାର ଦାସ,


ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ଡମ୍ବରୁଧର ବେହେରାଙ୍କ ସହିତ ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।


ଫାଈନାଲ ମ୍ୟାଚ ରେ ପଞ୍ଚମା ଓ ବୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା



ବେଳେ ବୁଗୁଡା ବୃହତ ବ୍ୟବଧାନରେ ବିଜୟୀ ହୋଇ ଚାମ୍ପିୟାନ ହୋଈଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।



