Sunday, October 11, 2026
Home ଅପରାଧ ଯୌତୁକ ଜନିତ ବଧୂହତ୍ୟା ।

ଯୌତୁକ ଜନିତ ବଧୂହତ୍ୟା ।

104

ଶେରଗଡ଼ , ୧୬/୦୬/୨୨ ( ଜିଲ୍ଲା ଖବର ) : ବାହାଘର କୁ ଦେଢ ମାସ ନପୂରୁଣୂ ଜଣେ ନବବଧୂ କୁ ହତ୍ୟା କରାଯାଈଥିବା ଜଣାପଡିଛି। ଶେରଗଡ ଥାନା ଅନ୍ତର୍ଗତ ଲାଞ୍ଜିଆପଲ୍ଲୀ ଗ୍ରାମର ସିମାଞ୍ଚଳ ସ୍ବାଈଁ ଙ୍କ ଝିଅ କବିତା (୨୧) ସହ ଶେରଗଡ ଥାନା ପଟ୍ଟାପାବୁଲି ଗ୍ରାମର ଅଭି ସ୍ବାଈଁ ଙ୍କ ପୁଅ କାଳୁ (୨୫) ସହ ଗତ ମେ ୪ ତାରିଖରେ ବିବାହ ହୋଇଥିଲା।

ବାହାଘର ପରଠାରୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମାଡପିଟ ଲାଗି ରହୁଥିଲା ଏବଂ ଥାନା ରେ ଏହାର ଆପୋଷ ସମାଧାନ ହୋଇଥିଲା। ଗତକାଲି କବିତା ଙ୍କୁ ତାଙ୍କ ଦାଦା ପୁଅ ଭାଈ ଶ୍ବଶୁର ଘରେ ଛାଡି ଦେଇ ଆସିଥିଲେ ଏବଂ ଗତକାଲି ରାତିରେ ପୁଣି କବିତା ଙ୍କୁ ମାଡ ମାରିଥିଲେ, କବିତା ରାତିରେ ଘର ଲୋକ ଙ୍କୁ ଜଣାଈଥିଲେ ଏବଂ ପରିବାର ଲୋକେ ସକାଳୁ ସମସ୍ୟା ର ସମାଧାନ ର ପନ୍ଥା ବାହାର କରିଥାନ୍ତେ।

ଆଜି ସକାଳୁ କବିତା ଙ୍କ ପରିବାର ଲୋକ ଫୋନ କରିବାରୁ କବିତା ଫୋନ ଉଠାଇ ନଥିଲେ ଏବଂ ସେ ଶୋଇଛି ବୋଲି ଶ୍ବଶୁର ଘର ଜଣାଈଥିଲେ। ଏହା ପରେ ସନ୍ଦେହ ହେବାରୁ ପରିବାର ଲୋକେ ପଟ୍ଟାପାବୁଲି ଘରେ ପହଞ୍ଚି ଦେଖିବା ବେଳକୁ କବିତା ଙ୍କ ମୃତ ଦେହ ପଡିଛି।

କବିତା ଙ୍କୁ ହତ୍ୟା କରାଯାଇଥିବା ନେଇ ଶେରଗଡ ଥାନା ରେ ବାପା ସିମାଞ୍ଚଳ ଅଭିଯୋଗ କରିଛନ୍ତି। ଏହି ଘଟଣା ରେ ସଂପୃକ୍ତି ଅଭିଯୋଗ ରେ ସ୍ବାମୀ,ଶାଶୁ, ଦେଢଶୁର ଙ୍କୁ ଥାନା ରେ ଅଟକ ରଖାଯାଇଛି। ଘଟଣା ସ୍ଥଳରେ ସାଈଣ୍ଟିଫିକ ଟିମ, ଥାନାଧିକାରୀ ମନୋଜ କୁମାର ପ୍ରଧାନ, ଏସଡିପିଓ ଉମାଶଙ୍କର ସିଂହ ଉପସ୍ଥିତ ଅଛନ୍ତି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।