
ବିଷମକଟକ , ୧୬/୦୬/୨୨ (ଜିଲ୍ଲା ଖବର) : ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ଶ୍ରୀ ଜଗନ୍ନାଥ ସାରକା ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ମନ୍ତ୍ରୀ ଭାବେ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନ୍ନୟନ ବିଭାଗ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ଇତିମଧ୍ୟରେ ୫ମ ପାଳିର ତିନି ବର୍ଷ ପରେ ମନ୍ତ୍ରୀ ମଣ୍ଡଳ ର ସମ୍ପ୍ରସାରଣ କରି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ରୁ ଶ୍ରୀ ଜଗନ୍ନାଥ ସାରକା ଙ୍କ ଉପରେ ବିଶ୍ୱାସ ଭାଜନ କରି ରାଷ୍ଟ୍ର ମନ୍ତ୍ରୀ ରୁ କେବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେହିଛନ୍ତି ।

ଏହି ପରିପ୍ରେକ୍ଷରେ ମନ୍ତ୍ରୀ ଆଜି ବିଷମକଟକ ନିର୍ବାଚନ ମଣ୍ଡିଳର ହାଟମୁନିଗୁଡା ଗ୍ରାମପଞ୍ଚାୟତ ଗସ୍ତ ରେ ଆସିଥିବାରୁ ଗ୍ରାମପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ଓ ଗ୍ରାମପଞ୍ଚାୟତ ର ଗ୍ରାମବାସୀ ମାନଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଭବ୍ୟ ସମର୍ଥନା ଦିଆଯାଇଥିଲା । ମନ୍ତ୍ରୀ ଭାବେ ଆଦିବାସୀ ଜାତି ଜାତି ଜନଜାତି, ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଜେଡି ର ବରିଷ୍ଠ ନେତା ଜୋତି ପ୍ରସାଦ ସାହୁ, ସରପଞ୍ଚ ନାରାୟଣ ହୁଇକା, ସୁବାଷ ପାନାଡା, ପି ଇ ଓ ସନ୍ତୋଷ କୁମାର ଚୈଧୁରୀ,ଜିଲ୍ଲା ପରିଷଦ ସଭ୍ୟ ସୁଜାତା କାଡାରାକା,ସମିତି ସଭ୍ୟ ଓ ହାଟମୁନିଗୁଡା ପଚାୟତ ର କେତେକ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ ଜ଼ିଲ୍ଲା ଖବର।


