
ଆସିକା, ୧୬/୦୬/୨୨ ( ଜିଲ୍ଲା ଖବର ) : ଆସିକା ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଠାରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ,ସମ୍ମାନୀୟା ଅତିଥି ଭାବେ ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ,ସମାଜସେବୀ ଭ୍ରାତା ସତ୍ୟନାରାୟଣ ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ରାଜସ୍ଥାନ ମାଉଟଂଆବୁ ରାଜ ଯୋଗୀ ବ୍ରହ୍ମକୁମାର ସତିଶି ଭାଇ,ରାଜ ଯୋଗୀ ବ୍ରହ୍ମକୁମାର ଅର୍ଜୁନ ଭାଇ ପ୍ରମୁଖ ଯୋଗ ଦେଇଥିଲେ ।


ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।


ଶାନ୍ତିଶକ୍ତି ଭବନ ଠାରେ ଆୟୋଜିତ ଏହି ସ୍ନେହ ମିଳନ କାର୍ଯ୍ୟକ୍ରମରେ ମାଉଣ୍ଟ ଆବୁ ରାଜ ଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର କଳା ଓ ସଂସ୍କୃତି ବିଭାଗର ମୁଖ୍ୟାଳୟ ସଂଯୋଜକ ରାଜ ଯୋଗୀ ସତିଶି ଭାଇ ଭୃଣ ହତ୍ୟା ମହାପାପ ବୋଲି କହିଥିଲେ ।


ପେଟକୁ ମାଂସାହାର କରି ଶ୍ମସାନରେ ପରିଣତ କରିବା ଅନୁଚିତ । ଭାରତୀୟ ସଂସ୍କୃତି,ପରୋପକାରିତା,ଦୟା,କ୍ଷମା ଭାବର ଆଦର କରେ । ଲୋକଙ୍କ କଷ୍ଟ ଦୂର କରିବା ପାଇଁ ପ୍ରେରଣ ଦିଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ଉପସ୍ଥିତ ଅତିଥି ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିିଲେ । ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ ସମାଜ କଲ୍ୟାଣ ପାଇଁ ଖୁବ ସୁନ୍ଦର ବାର୍ତା ପ୍ରଦାନ କରିଥିଲେ ।

ସୁସ୍ଥ ସମାଜ ପାଇଁ ସୁସ୍ଥ ମନ ଆବଶ୍ୟକ ରହିଛି । ତେଣୁ ସମସ୍ତେ ରାଜ ଯୋଗ ଦ୍ୱାରା ସୁସ୍ଥ ମନ ଓ ସୁସ୍ଥ ପରିବେଶ ପାଇ ପାରିବେ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ଉଭୟ ରାଜଯୋଗୀଙ୍କୁ ଶୁଭେଚ୍ଛା ପ୍ରଦାନ ସହ ସମ୍ମାନୀତ କରିଥିଲେ ।ଏହି କାର୍ଯ୍ୟକ୍ରମ ପରିିଚାଳନାରେ ସତ୍ୟପ୍ରିୟ

ଭାଇ,ଯୋଗୀ,ରାଜେନ୍ଦ୍ର,ବୁଲୁ,ନିଳାଚଂଳ,ପଚାଂୟତ୍ରୀ,ବିଶିକେଶନ,କୋଶଳ,ରାଜ ଯୋଗିନୀସୁଜ୍ଞାନୀ,

ଭାଗ୍ୟ,ଜ୍ୟୋତି,ନିଳୀମା,ଲୀଳା,ଝରଣା,ଆଶା,ସୁମିତ୍ରା,ସବିତା,ଆଶିନା,ଅନୁ ଭଉଣୀ ସମେତ ଆସିକା ଅଚଂଳର ବହୁ ଭାଇ ଓ ଭଉଣି ମାନେ ପରିଚାଳନାରେ ସହ ଯୋଗ କରିଥିଲେ ।


