ଖାଦ୍ୟ,ବସ୍ତ୍ର ବଣ୍ଟନ କରି ରଜ ପାଳନ କଲେ ବରୀ ବିଧାୟୀକା।

56

ଯାଜପୁର , ୧୫/୦୬/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ସମସ୍ତ ବିଧାୟକ ଓ ବିଧାୟିକା ମାନେ ଦୋଳି ଖେଳି ପୋଡ଼ ପିଠା ଖାଇ ରଜ ପର୍ବ ପାଳନ କରୁ ଥିବା ବେଳେ, ବରୀ ବିଧାୟିକା ସୁନଦା ଦାସ ଏହାକୁ ଅନ୍ୟ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି l ସମସ୍ତ ଆମ ଓଡିଆଙ୍କ ଗଣପର୍ବ ଭାବେ ରଜକୁ ଆମେ ବେଶ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାଉ l

ପ୍ରତ୍ୟେକ ଘରେ ପିଲାଠାରୁ ବୃଦ୍ଧା ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ପୋଡ ପିଠା, ଦୋଳି, ମିଠାପାନ ସହିତ କବାଡ଼ି, ତାସ୍, ଲୁଡୁ ପରି ଅନେକ କିଛି ଖେଳ ଖେଳି ରଜ ପାଳନ କରିଥାନ୍ତି l କିନ୍ତୁ ଆଜିବି ଆମ ସମାଜରେ କିଛି ବ୍ୟକ୍ତି ଏସବୁ ଖୁସିର ମୁହୂର୍ତ୍ତରୁ ବଞ୍ଚିତ l

ଏମାନଙ୍କ ପାଇଁ ସବୁଦିନ ସମାନ l କୌଣସି ପର୍ବ ପର୍ବାଣୀକୁ ସେମାନେ ପାଳନ କରିନଥାନ୍ତି l ଆଉ ଅଭାବ ଅନାଟନରେ ଜୀବନ କାଟୁଛନ୍ତି l ତେବେ ସେହିଭଳି କିଛି ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ନୂତନ ବସ୍ତ୍ର, ମିଠା ସହିତ କିଛି ଆର୍ଥିକ ସହାୟତା ଦେଇ ନିଆରା ଢଙ୍ଗରେ ଏହି ଗଣ ପର୍ବକୁ ପାଳନ କରିଥିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ।

ଏହି ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ ଅତଲାପୁର ଗ୍ରାମପଞ୍ଚାୟତରେ ଥିବା ପାଖାପାଖି କୋଡିଏରୁ ଉର୍ଦ୍ଧ ପରିବାର ନିକଟକୁ ଯାଇ ରଜର ଶୁଭେଚ୍ଛା ଜଣାଇବା ସହିତ ଏହି ଗଣ ପର୍ବରେ ସେମାନଂକୁ ସାମିଲ କରିଥିଲେ, ଓ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇଥିଲେ l

ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀର ସଂଯୋଜକ ଦେବୁଲି ଦାସ, ସରପଞ୍ଚ, ଅନେଶା କସର, ସମିତି ସଭ୍ୟା ଜୟନ୍ତୀ ଦାସ, ଅନ୍ୟମାନଙ୍କ ମଧ୍ୟରେ, ରାମଚନ୍ଦ୍ର ସାହୁ, ଏମାମ୍ ଉଦିନ୍, ଶଶୀଭୂଷଣ ଦାସ ଅଶୋକ ସାହୁ, ସେକ୍ କରିମ୍, ଲକ୍ଷ୍ମୀଧର ସାହୁ ଅକ୍ଷୟ ସାହୁ, ବିଦ୍ୟାଧର ସେଠି, ଓ ଇମରାନ ପ୍ରମୂଖ ଯୋଗଦେଇ ବିଧାୟିକାଙ୍କ ସହିତ ଗାଁ ବୁଲୁଥିଲେ, ତେବେ ବିଧାୟିକାଙ୍କ ଏଭଳି ନିଆରା କାର୍ଯ୍ୟକୁ ଅଂଚଳବାସୀ ବେଶ୍ ପ୍ରସଂଶା କରିଛନ୍ତି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।

l