
ବିଷମକଟକ , ୧୫/୦୬/୨୨ ( ଜିଲ୍ଲା ଖବର ) : ଜିଲା କାଶୀପୁର ଥାନା ଅଧିନ ନଳାଚୂଆଁ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହାତ ହୋଈଛନ୍ତି।ମୃତ ଜଣଙ୍କ ହେଲେ ଲାଜ୍ଜିଂଗଡ ଅଞ୍ଚଳର ସୁନମ ଶୁଭଶ୍ରୀ ମହାନ୍ତି (୨୨) ବୋଲି ସୂଚନା ମିଳିଛି।

ଉକ୍ତ ଦୁର୍ଘଟଣାର ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି।ଆହାତ ମାନଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭତ୍ର୍ତି କରାଯାଇଥିବା ବେଳେ ତାଙ୍କ ମଧ୍ୟରୁ ରୋସନ ଦାସ (୨୭) ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ଥିବାରୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ଅନ୍ୟ ଜଣେ ଆହାତ କରିସିମା ମହାନ୍ତି (୨୦) କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ସମସ୍ତଙ୍କ ଘର କଳାହାଣ୍ଡି ଜିଲା ଲାଜ୍ଜିଂଗଡ ଅଞ୍ଚଳର ବୋଲି ସୂଚନା ମିଳିଛି।ଘଟଣାରୁ ପ୍ରକସାଯେ ଆଜି ସକାଳେ ୩ ଜଣ ଏକ ବାଇକ ଯୋଗେ କାଶୀପୁରରୁ ମାଣ୍ଡିବିଶି ଅଭିମୂଖେ ଯାଉଥିବା ସମୟରେ ଚାଳକ ଭାରସ୍ୟାମ ହରାଇ ରାସ୍ତା ପାଶ୍ର୍ବ ଏକ ଗଛକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା।
ସ୍ଥାନିୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ର୍ତି କରିଥିଲେ।କାଶୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା।ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାର କାଶୀପୁର ଥାନା ଅଧିକାରୀ ଆମକୁ ସୂଚନା ଦେଇଛନ୍ତି।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।



