
ଭଞ୍ଜନଗର , ୧୫/୦୬/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଅଂଚଳର ଏକ ଅଗ୍ରଣୀ ଅନୁଷ୍ଠାନ ବାଉଁସଲଉଣ୍ଡି ଗ୍ରାମର ରାଧାକୃଷ୍ଣ ପାଠାଗାର ଆନୁକୂଲ୍ୟରେ ବିଶ୍ୱ ବରିଷ୍ଠ ହତାଦର ସଚେତନତା ଦିବସ ପାଳନ ହୋଇଥିଲା।ଏଥିରେ ବରିଷ୍ଠ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରଯାଇଥିଲା।



ଆଜିର ସଭ୍ୟ ସମାଜରେ ପରିବାର ର ବରିଷ୍ଠ ବ୍ୟକ୍ତି ମାନଙ୍କୁ ଅସମ୍ମାନ ମିଳିବ ତଥା ଅବହେଳିତ ଓ ତାଡନା ଦେବା ଭଳି ସମସ୍ୟା ମାନ ଦେଖିବାକୁ ମିଳିଛି। ତେଣୁ ଏହି ଭଳି ସ୍ଥିତିରେ କିପରି ଏମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମିଳିବ ସେଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି ସଭା କୁ ଆସିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।



ବାଉଁସଲଉଣ୍ଡି ରାଧାକୃଷ୍ଣ ପାଠାଗାର ର ସଭାପତି ନିରଂଜନ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ। ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ,ଶ୍ରମିକ ନେତା ହରେକୃଷ୍ଣ ସାହୁ,ଶିବରାମ ପଣ୍ଡା, ରବୀନ୍ଦ୍ର ଆଚାର୍ଯ୍ୟ,







ପଦ୍ମନାବ ଆରୁଖ,ରବୀନ୍ଦ୍ର ପାତ୍ର,ପଠାଗାର ସହ ସମ୍ପାଦକ ପ୍ରତାପ ଚନ୍ଦ୍ର ସାହୁ,ପଞ୍ଚାନନ ସାହୁ,ପାଠାଗାର ଉପସଭାପତି ପଦ୍ମ ଚରଣ ପ୍ରଧାନ,କମ୍ବୁପାଣି ସାମନ୍ତ ପ୍ରମୁଖ ଯୋଗଦେଇ ଥିଲେ। ଶିଶୁ କଣ୍ଠ ଶିଳ୍ପୀ ବବୁଲୁ ସଙ୍ଗୀତ ପରିବେଷଣ କରିଥିଲେ। ପାଠାଗାର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।


