Sunday, November 15, 2026
Home ଆଞ୍ଚଳିକ ମହା ଆଡମ୍ବରରେ ରଜ ମଉଜ।

ମହା ଆଡମ୍ବରରେ ରଜ ମଉଜ।

84

ବିଷମକଟକ , ୧୪/୦୬/୨୨ (ଜିଲ୍ଲା ଖବର) : ଆଜି ହେଉଛି ପହଲି ରଜ।ଏହି ଦିନରେ କୁଆଁରୀ ଝିଅ ମାନେ ସଜବାଜ ହୋଇ ଦୋଳି ଖେଳିବା ସହ ଜନ ସାଧାରଣ ମଧ୍ୟ ଏହି ରଜ ର ମଜା ନେଇଥାନ୍ତି। ଚଳିତ ବର୍ଷ ରଜ କରନା ରେ ପାଳନ କରାଯାଇନଥିବା ରୁ କୁଆରୀ ଝିଅ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ହେଲେ ଏବର୍ଷ ବହୁତ ଆନନ୍ଦ ଉଲ୍ଲାସର ସହିତ ଗୀତ ନାଜ ଭୋଜି ଭାତର ସହ ରଜ ପାଳନ କରିଛନ୍ତି ଆଦିବାସୀ ଝିଅ ମାନେ। ଆଜି ହାଟମୁନିଗୁଡା ଅଂଚଳରେ କାଁ ଭାଁ କିଛି ପରିବାରର ଝିଅ ମାନେ ପୋଡ଼ ପିଠା ଖାଇ ରଜ ଦୋଳି ର ମଜା ନେଉଥିବା ବେଳେ ସାନଧାଣ୍ଡରା ଗ୍ରାମର କିଛି ଆଦିବାସୀ ଝିଅ ମାନେ ଧୁମଧାମରେ ରଜ ପାଳନ କରିଥିବା ଦେଖି ବାକୁ ମିଳିଛି।

ଗଛ ଡାଳରେ ବନ୍ଧା ଯାଇଥିବା ଦୋଳିର କଟ କଟ ଶବ୍ଦ ସାଙ୍ଗକୁ ରଜ ପାନ ଖାଇ ବନସ୍ତେ ଡାକିଲା ଗଜ ବରଷ କେ ଥରେ ଆସିଛି ରଜ ଆସିଛି ରଜଲୋ ଘେନି ନୂଆ ସଜବାଜ ର ପାରମ୍ପରିକ ସଙ୍ଗୀତ ଲୋକଙ୍କ ମନ ମୋହିଛି।

ମୋଟା ମୋଟୀ ଉପରେ କହିବାକୁ ଗଲେ ଏହି ବର୍ଷ ର ରଜ ଲୋକଙ୍କ ମନ ଭିତରେ ଆନନ୍ଦ ଉଲ୍ଲାସରେ ମନ ଭରିଦେଇଛି।

ଏହି ରଜ ପାଳନ ପରମ୍ପରାକୁ ଏବେ ମଧ୍ୟ କିଛି ଯୁବତୀ ମାନେ ଏହି ରଜ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି।
ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।