Wednesday, November 11, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଶ୍ରୀ ଜୀଉଙ୍କ ସ୍ନାନ ଏବଂ ଗଜାନନ ବେଶ ଦର୍ଶନ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଶ୍ରୀ ଜୀଉଙ୍କ ସ୍ନାନ ଏବଂ ଗଜାନନ ବେଶ ଦର୍ଶନ।

50

ବୁଗୁଡା , ୧୪/୦୬/୨୨ ( ଜିଲ୍ଲା ଖବର ) : ଆଜି ପବିତ୍ର ଦିନ ଯାହାକି ସାରା ବିଶ୍ୱରେ ଥିବା ସମସ୍ତ ହିନ୍ଦୁ ଧର୍ମ ଓ ସନାତନ ଧର୍ମର ଆରାଧ୍ୟ ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ମନ୍ଦିର ଗୁଡିକରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରରେ ଭଞ୍ଜବଂଶ ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପ୍ରଭାତରୁ ମଙ୍ଗଳ ଆରତୀ ସହ ସମସ୍ତ ପାରମ୍ପାରିକ ରୀତିରେ ଦେବନୀତି ସମ୍ପୂର୍ଣ୍ଣ କରିବା ପରେ ଘଣ୍ଟ ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ଯାଇ ଶ୍ରୀ ବିରଞ୍ଚି ନାରାୟଣଙ୍କ ମଠାଧିଶ ମହନ୍ତ ଶ୍ରୀ ରଘୁବର ଭକ୍ତରାମ ଦାସ ମହାରାଜଙ୍କୁ ପାଛୋଟି ଆଣିଥିଲେ ।

ତା’ପରେ ତିନି ଠାକୁରଙ୍କୁ ମନ୍ଦିରରେ ଆଳତୀ ପରେ ପହଣ୍ଡି କରି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ । ତା’ପରେ କର୍ପୁର ଓ ଚନ୍ଦନ ମିଶ୍ରିତ ୧୦୮ ଗରା ଜଳରେ ସ୍ନାନ କରିବା ପରେ ତିନି ଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।

କିନ୍ତୁ ଗତ ଦୁଇବର୍ଷ ହେଲା ବିଶ୍ବରେ କରୋନା ମହାମାରୀ ପାଦ୍ର୍ରୁଭାବରୁ ସମସ୍ତ ପାରମ୍ପାରିକ ନିତୀନିୟମକୁ ପ୍ରଶ୍ରୟ ଦେଇ ଜନଗହଳିକୁ ଅଟେକେଇବା ପାଇଁ ବିନା ଭକ୍ତରେ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାନ୍ତା ହେଲେ ଏହି ବର୍ଷ ମହିଳାମାନଙ୍କ କ୍ଷେତ୍ରରେ ପ୍ରଥମ ରଜ ପର୍ବ ପାଳନ ଅବସରରେ ମହିଳାମାନଙ୍କ ଭିଡ ଦେଖିବାକୁ ମିଳିନଥିଲା।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ଓ ଯୁବ ସମାଜସେବୀ ଗନ୍ଧମାର୍ଦନ ସେଠୀ ମଧ୍ୟ ଆସି ତିନି ଠାକୁରଙ୍କ ଗଜାନନ ବେଶକୁ ଦର୍ଶନ କରିଥିଲେ।

ଏହି ଅବସରରେ ମନ୍ଦିରର ସମସ୍ତ ସେବାୟତ ତଥା ପୂଜକ ଓ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ଉନ୍ନୟନ କମିଟିର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।