Monday, October 19, 2026
Home ଆଞ୍ଚଳିକ ରାୟଗଡା ମାଟିର ସୁଯୋଗ୍ୟ ସନ୍ତାନ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଭବ୍ୟ ସ୍ୱାଗତ...

ରାୟଗଡା ମାଟିର ସୁଯୋଗ୍ୟ ସନ୍ତାନ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ।

196


ରାୟଗଡା , ୧୪/୦୬/୨୨ ( ଜିଲ୍ଲା ଖବର ) : ନବୀନ ପଟ୍ଟନାୟକ ଙ୍କ ୫ମ ପାଳିରେ ରାୟଗଡାଜ଼ିଲ୍ଲା ର ବିଷମକଟକ ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି ଶ୍ରୀ ଜଗନ୍ନାଥ ସାରକା ଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ମନ୍ତ୍ରୀ ଭାବେ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ବିଭାଗ ମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ଇତିମଧ୍ୟରେ ୫ମ ପାଳିର ତିନି ବର୍ଷ ପରେ ମନ୍ତ୍ରୀ ମଣ୍ଡଳ ର ସମ୍ପ୍ରସାରଣ କରି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ରୁ ଶ୍ରୀ ଜଗନ୍ନାଥ ସାରକା ଙ୍କ ଉପରେ ବିଶ୍ୱାସ ଭାଜନ କରି ରାଷ୍ଟ୍ର ମନ୍ତ୍ରୀ ରୁ କେବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ।

ଏହି ପରିପ୍ରେକ୍ଷୀର ମନ୍ତ୍ରୀ ଆଜି ନିଜ ଜ଼ିଲ୍ଲା ରାୟଗଡା କୁ ପ୍ରଥମ ଥର ଗସ୍ତ ରେ ଆସିଥିବାରୁ ବିଜେଡି ରାୟଗଡା ମହିଳା ମୋର୍ଚ୍ଚା ତଥା ରାୟଗଡା ମ୍ୟୁନିସିପାଲିଟି ତ ନବ ନିର୍ବାଚିତ ମହିଳା କାଉନସିଲେର ମିଳିତ ଭାବେ ନୂତନ ଭାବେ ଆଦିବାସୀ ଜାତି ଜାତି ଜନଜାତି, ପଛୁଆ ବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଜେଡି ମହିଳା ସଭାନେତ୍ରୀ ଅନୁସୂୟା ମାଝୀ, କାଉନସିଲେର ମମିତ ପାଲକୋଣ୍ଡା, ଶର୍ମିତା ପାଢ଼ୀ, ପ୍ରତିମା ପାଣିଗ୍ରାହୀ, ମଇନା ଆଚାର୍ଯ୍ୟ ଓ ରୋହିତ କଲୋନୀ ତ ବରିଷ୍ଟ ବିଜେଡି ମହିଳା କର୍ମୀ ଶ୍ରୀମତୀ ମହାରଣା ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ମନ୍ତ୍ରୀ ଶ୍ରୀ ସାରକା ଏକ ସାଧାରଣ ବ୍ୟକ୍ତି ଯିଏକି ଦୀର୍ଘ ବର୍ଷ ଧରି ଜ଼ିଲ୍ଲା ପରିଷଦ ଅଧକ୍ଷ,, ପରେ ବିଧାୟକ ଓ ଶେଷରେ ମନ୍ତ୍ରୀ ହୋଇ ମଧ୍ୟ୍ ତିଳେ ମାତ୍ର ଗର୍ବ କି ଅହଂକାର ନାହିଁ ।

ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସାରକା ଙ୍କୁ ଭରସା ଓ ବିଶ୍ୱାସ କରି ରାଷ୍ଟ୍ର ମନ୍ତ୍ରୀ ରୁ କେବିନେଟ ମନ୍ତ୍ରୀ ସହିତ ପୂର୍ବ ବିଭାଗ ସହିତ ନୂତନ ଭାବେ ଆଇନ ମନ୍ତ୍ରୀ ଦାୟିତ୍ୱ ଦେଉଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଚିରରୁଣୀ ଏହି ନୂତନ ଦାୟିତ୍ୱ କୁ ଶ୍ରୀ ସାରକା ଅତି ଚତୁର ତା ର ସହିତ ସମ୍ପାଦନ କରି ନିଜର ଦକ୍ଷତା ଦେଖାଇବା ସହିତ ରାୟଗଡା ମାଟିର ମର୍ଯ୍ୟାଦା ରଖିବେ ବୋଲି ଆମରି ଆଶା ବୋଲି ଅନୁସୂୟା ମାଝୀ କହିଥିଲେ।

ବିଷମକଟକ ରୁ ପ୍ରସନ କୁମାର ପଣ୍ଡା ଙ୍କ ରିପୋର୍ଟ।