
ଆସିକା , ୧୩/୦୬/୨୨ ( ଜିଲ୍ଲା ଖବର ) : ଦୀର୍ଘଦିନ ହେଲା ଗଞ୍ଜାମ ଜିଲ୍ଲା ଆସିକା ତଥା ଆଖପାଖ ଅଞ୍ଚଳରେ ମୋବାଇଲ ଟାୱାର ରୁ ବ୍ୟାଟେରି ଚୋରି କରୁଥିବା ଏକ ଦଳ କୁ ଗିରଫ କରିବାରେ ସଫଳ ହୋଇଛି ଆସିକା ପୋଲିସ ।


କିଛିଦିନ ହେବ ଆସିକା,ଶେରଗଡ଼, ସୋରଡ଼ା ଅଞ୍ଚଳରେ ବିଭିନ୍ନ ମୋବାଇଲ ଟାୱାର ଗୁଡ଼ିକରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l

ଅଭିଯୋଗ କୁ ଆଧାର କରି ପୋଲିସ ଗୋଟିଏ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ବ୍ୟାଟେରି ଚୋରି ଗେଙ୍ଗର ୪ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l


ସେମାନଙ୍କ ନିକଟରୁ ମୋଟ ୨୫୩ ଗୋଟି ଚୋରା ବ୍ୟାଟେରି ଉଦ୍ଧାର କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବନେଇ ଆକଳନ କରାଯାଇଛି ।


ଏହି ଗ୍ୟାଙ୍ଗରେ ବ୍ରହ୍ମପୁର ଦୁଇ ଜଣ ବ୍ୟାଟେରି ସ୍କ୍ରlପ ଡିଲର ମଧ୍ୟ ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ l



