Home ଆଞ୍ଚଳିକ ଆଜି ପବିତ୍ର ବଡ ଦିନ

ଆଜି ପବିତ୍ର ବଡ ଦିନ

38




ଗଜପତି (ଜିଲ୍ଲା ଖବର ) : ଆଜ ହେଉଛି ପବିତ୍ର ବଡ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁଯାୟୀ ପ୍ରଭୁ ଯୀଶୁ ରାତ୍ର ୧୨ ରେ ଧରାବତରଣ କରିବେ ସେଥିପାଇଁ ଖ୍ରୀଷ୍ଟ ପ୍ରେମୀ ମାନେ ସଂନ୍ଧ୍ଯାରେ ହିଁ ଯୀଶୁଙ୍କ ନାମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ। ରାତ୍ର ୧୨ଟା ସମୟରେ ପ୍ରଭୁ ଯୀଶୁଙ୍କ ଜନ୍ମ ଅବସରରେ କେକ କାଟିବା ସହ ସାମୁହିକ ପ୍ରାଥନା କରିଥିଲେ। ଏହି ଅବସରରେ ପାରଳାଖେମୁଣ୍ଡିର ମେଡିକାଲ ଛକ ନିକଟରେ ଥିବା କେଥେଲିକଚର୍ଚ୍ଚ, କଲେଜ ଛକ ନିକଟରେ ଥିବା ବାପିଷ୍ଚର୍ଚ୍ଚରେ କରାଯାଇଥିଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରବଳ ଶୀତ ହୋଇଥିଲେ ମଧ୍ୟ ଏହାକୁ ଖାତିରି ନକରି ରାତି ସାରା ଉଜାଗର ରହି ସମୁହୀ ପ୍ରଥନା ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଜା ଯାଇଥିଲେ ଖ୍ରୀଷ୍ଟ ପ୍ରେମୀ ଭାଇଭଉଣୀ ମାନେ । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା

ରିପୋର୍ଟ – ପ୍ରଭାତ କୁମାର ପାତ୍ର