
ନୂଆଦିଲ୍ଲୀ,୨୦/୮(ଜିଲ୍ଲା ଖବର) : ଲୋକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ତିନିଟି ବଡ ଘୋଷଣା କରିଛି । ନୂଆ ଘୋଷଣା ମୁତାବକ ବ୍ୟାଙ୍କ ପକ୍ଷରୁ ଶସ୍ତା ଗୃହ ଋଣ ନେଇ ବ୍ୟବସ୍ଥା କରାଯାଇଛି । ପ୍ରଥମ ଏସବିଆଇ ତାହାର ଗୃହ ଋଣକୁ ରିଜର୍ଭ ଵ୍ୟଙ୍କ ସହ ଲିଙ୍କ କରାଇଛି ଅର୍ଥାତ ଯଦି ରିଜର୍ଭ ବ୍ୟାଙ୍କ ଗୃହ ଋଣର ରେପୋ ରେଟ କମେ ତେବେ ସ୍ୱୟଂକ୍ରିୟ ଭାବେ ଗୃହ ଋଣ କମିଯିବ । ସେହିପରି ଋଣ ଉପରେ ସୁଧ ହାର କମିଗଲେ ସହଜ ମାସିକିଆ ଦର ବା ଇଏମଆଇ ମଧ୍ୟ କମିଯିବ । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଯିବ । ଦ୍ବିତୀୟତଃ କାର ଲୋନ ଉପରେ କୌଣସି ପ୍ରୋସେସିଂ ରେଟ ନିଆଯିବନାହିଁ । କାର ଲୋନ ଉପରେ ଅତିରିକ୍ତ ସୁଧ ମଧ୍ୟ ଦେବାକୁ ପଡିବ ନାହିଁ । ତୃତୀୟରେ ଯଦି ଆପଣ ଏସବିଆଇର ଆପ ୟୋନ ମାଧ୍ୟମରେ ଅନଲାଇନ ଆବେଦନ କରିବେ ତେବେ ଆପଣଙ୍କୁ କାର ଲୋନ ୮.୭୫ ପ୍ରତିଶତରେ ମିଳିବ । ବ୍ୟାଙ୍କ ପକ୍ଷରୁ ଆଶା କରାଯାଇଛି ଯେ ଏହି ତିନିଟି ନୂଆ ଘୋଷଣା ପରେ ଲୋକ ଅଧିକ ସଂଖ୍ୟାରେ ଋଣ ନେବେ ।



