Home ଅପରାଧ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲା...

ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ।

311

ଆସିକା , ୧୨/୦୬/୨୨ ( ଜିଲ୍ଲା ଖବର ) : ଭିଜିଲାନ୍ସ କବଜାରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣି ମନୋଜ କୁମାର ପ୍ରଧାନ । କେଶରାପଲ୍ଲୀ ୟୁପି ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ ଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ।

ଏହା ସହିତ ଏକାସାଙ୍ଗରେ ମନୋଜ ଙ୍କ ବାଣୀବିହାର ସ୍ଥିତ ଭଡ଼ାଘର, ଶଶୁର ଙ୍କ ଘର ଓ କାର୍ଯ୍ୟାଳୟରେ ଏକ ୧୦ ଜଣିଆ ଭିଜିଲାନ୍ସ ଟିମ ର ଚଢ଼ାଉ l ସୂଚନା ମୁତାବକ ଅବସର ପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ତିରିଶି ବର୍ଷିଆ ବେନିଫିଟ ସାର୍ଟିଫିକେଟ କରାଇ ଦେବା ପାଇଁ କିରାଣୀ ପାଞ୍ଚ ହଜାର ଟଙ୍କା ଦାବି କରୁଥିଲେ ।

ଆଜି ବସଷ୍ଟାଣ୍ଡ ଠାରେ ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା l ଭିଜିଲାନ୍ସ ଡ଼ିଏସପି ଶରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଦଶଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଥିଲେ l

ଏହି ଚଢ଼ାଉ ବେଳେ କିରାଣୀ ମନୋଜ ଙ୍କ ବାସଭବନ ରୁ ନଗଦ ଏକ ଲକ୍ଷ୍ ଟଙ୍କା ସହିତ କିଛି ସୁନା ଅଳଙ୍କାର ଠାବ ହୋଇଥିବା ସୂଚନା ମିଳିଛି l ତଦନ୍ତ ପରେ କେତେ ପରିମାଣର ଆୟବହିରଭୁତ ସମ୍ପତି କିରାଣୀ ମନୋଜ କୁମାର ପ୍ରଧାନ ଙ୍କ ଠାରୁ ଠାବ ହେଲା ତାର ସବିଶେଷ ସୂଚନା ମିଳିପାରିବା ନେଇ ଭିଜିଲାନ୍ସ ଅଧିକାରୀ କହିଛନ୍ତି l