
ଗୁଣୁପୁର , ୧୨/୦୬/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ସାଇନ୍ସର ଗଣିତ ବିଭାଗ ପକ୍ଷରୁ ଅନ ଲାଇନ ମାଧ୍ୟମରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ନାଇଜର ଅନୁଷ୍ଠାନ ଗଣିତ ବିଭାଗ ର ମୁଖ୍ୟ ପ୍ରଫେସର ବୃନ୍ଦାବନ ସାହୁ ,ସମ୍ମାନୀୟ ଅତିଥି ଭାବେ ଚେନାଇ ସ୍ଥିତ ଭେଲୁର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ପ୍ରଫେସର .ଡ଼ଃ ବାଲାମୂର୍ଗନ୍ ବି. ଜେ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵ ବିଦ୍ୟାଳୟ ଗଣିତ ବିଭାଗ ର ପ୍ରଫେସର ଡ଼ଃ ସୃତି ରଞ୍ଜନ ମହାପାତ୍ର, ହିଂଜୁଳିକାଟୁ ବିଜ୍ଞାନ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଗଣିତ ବିଭାଗ ର ମୁଖ୍ୟ ଡ଼ଃ ସରିତା ଚୌଧୁରୀ ପ୍ରମୁଖ ଯୋଗଦେଇ


ବିଶ୍ଵବିଦ୍ୟାଳୟ ର କୁଳପତି ଡ଼ଃ ଗୌତମ ଘୋଷ,ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜଗନ୍ନାଥ ରାଓ ,ପରୀକ୍ଷା ନିରୀକ୍ଷକ ପି. ବିଜୟ କୁମାର,ସ୍କୁଲ ଅ ଫ ସାଇନ୍ସ ର ମୁଖ୍ୟ ଡ଼ଃ ତାରିଣୀ ଚରଣ ବେହେରା,ବେସିକ ସାଇନ୍ସ ଆଣ୍ଡ ହୁମାନଟିସ ବିଭାଗ ର ମୁଖ୍ୟ ଡ଼ଃ ଦିଲୀପ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମିଳନୀରେ ରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀର ଆବାହକ ତଥା ଗଣିତ ବିଭାଗ ର ମୁଖ୍ୟ ଡ଼ଃ ବିପ୍ଲବ କୁମାର ରଥ ସମ୍ମିଳନୀ ବିଷୟରେ କହିଥିଲେ। ଗଣିତ ବିଭାଗ ର ଛାତ୍ରୀ ମୋୖନିକା ଦାସ ସମ୍ମିଳନୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଏନ.ଜଗନ୍ନାଧାମ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମ୍ମିଳନୀରେ ବିଭାଗ ର ଅଧ୍ୟାପକ ଡ଼ଃ ଭି ଗଣେଶ,ଡ଼ଃ ଦୀପନ ଜ୍ୟୋତି ମହାନ୍ତି,ଡ଼ଃ ମାନସ ରଞ୍ଜନ ଷଡଙ୍ଗୀ,, ବ ଅନିଲ କୁମାର, ଡ଼ଃ ସିଦ୍ଧାନ୍ତ କୁମାର ସାହୁ ଓ କାଳୀ ପ୍ରସାଦ ରଥ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।ଏହି ସମ୍ମିଳନୀରେ ଅନୁଷ୍ଠାନ ର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



