Tuesday, October 13, 2026
Home ଆଞ୍ଚଳିକ କାଶୀପୁର ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ର ବୈଠକ।

କାଶୀପୁର ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ର ବୈଠକ।

64

ବିଷମକଟକ , ୧୨/୦୬/୨୨ ( ଜିଲ୍ଲା ଖବର ) : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ର୍କରର୍ସ ଆସୋସିଏସନ୍ ର କାଶୀପୁର ବ୍ଳକ ସମ୍ପାଦିକ ଗୌରୀ ପଣ୍ଡା ଏବଂ କସାଧକ୍ଷ ବିଷ୍ଣୁପ୍ରିୟା ଧଳଙ୍କ ନେତୃତ୍ୱରେ କାଶୀପୁର ସ୍ଥିତ ହାଟପଦା ଠାରେ ବ୍ଳକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପସଭାପତି ମୋହନ ରାଓ ମାଝି, ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ର୍କରର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଶ୍ରୀମତୀ ଉଷାରାଣୀ ଦାଶ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ କୁମାର ସାହୁ, ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରମିକ ଗୀତ ଗାନ କରି ବ୍ଳକରେ ମୃତ୍ୟୁ ବରଣ କରିଥିବା ଅଙ୍ଗନୱାଡ଼ି ୱାର୍କରସ ମମତା ବିଶି ,ସୁବାସିନି ବାଗ, ଏବଂ ଅନ୍ୟ କାର୍ଯ୍ୟକର୍ତା ମାନଙ୍କର ଆମର ଆତ୍ମ ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା ।ଅତିଥିମାନେ ନିଜ ବକ୍ତବ୍ୟରେ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ଦୃଢ଼ ବିରୋଧ କରିଥିଲେ।

ଏବଂ ସରକାରଙ୍କ ଓଜନ ସପ୍ତାହ କାର୍ଯ୍ୟକ୍ରମ କରିବା ଦ୍ଵାରା କର୍ମୀମାନେ ବିଭ୍ରାନ୍ତ ହେଉଥିବାରୁ ସେହି କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ସେହି କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ରାଜ୍ୟ ସରକାର ଦୁଇ ଦୁଇ ଥର ଘୋ ଷଣା କରିଥିଲେ ବି ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ମିଳିଲା ନାହିଁ , କାଶୀପୁର ବ୍ଲକର ଅଗ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ୨୦୨୦ ମସିହାର ୭ ମାସର ଦରମା ଦିଆ ଯାଇନଥିବା , କର୍ମୀ ମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଦୃଢ଼ ବିରୋଧ କରାଯାଇଥିଲା ।

ଏପରିକି ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ବ୍ଳକର ସମସ୍ତ ଅଙ୍ଗନୱାଡ଼ି , ମିନୀ ଅଙ୍ଗନୱାଡ଼ି ଏବଂ ସହାୟିକା ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତଙ୍କୁ ଧରିତ୍ରୀ ରାଉଳ ଧନ୍ୟବାଦ ଦେଇଥିବା ବେଳେ ସଉଦାମିନି ମହାପାତ୍ର , ନୀରୁପମା ପାଣିଗ୍ରାହୀ , ବୈଦେହୀଶ ବେହେରା , ଚନ୍ଦ୍ରୀକା ଝଡିଆ ପରିଚାଳନା କରିଥିଲେ ।