
କୋଦଳା , ୧୨/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ର ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ ପୁଣି ଥରେ ଚର୍ଚ୍ଚାରେ l
ମୁକ୍ତା ଯୋଜନା କାର୍ଯ୍ୟାଦେଶ କୁ ଛେଡ଼ ଛାଡ଼ କରିଥିବା ଅଭିଯୋଗ ପରେ ଜିଲ୍ଲାରେ ଚର୍ଚ୍ଚାକୁ ଆସିଥିବା ଅଧକ୍ଷ ଏବେ ନିଜ ପ୍ଲଟ ବେପାର କରୁଥିବା ଜମିକୁ ଜୋର ଜବରଦସ୍ତ କାର୍ଯ୍ୟନିର୍ବାହି ଅଧିକାରିଙ୍କ ଅନୁମତି କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି l



କୋଦଳା ଏନଏସି ର ଅଧ୍ୟକ୍ଷ୍ୟ ପେଶା ରେ ସେ ଜଣେ ଜମିବେପାରୀ ତତ ସହିତ ସୁନା ବେପାରୀ । ବହୁଲୋକଙ୍କ ଜମି କିଣି ପ୍ଲଟ କରି ଏନଏସି ର ବିନା ଏପ୍ରୁଭାଲ ରେ ଲୋକଙ୍କୁ ବିକ୍ରିକରିଥିବାର ନଜିର ରହିଛି । ଯାହା କି ସେହି ପ୍ଲଟ କିଣିଥିବା ପରିବାର ରାସ୍ତା ବିଜୁଳି ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ।



ପୂର୍ବରୁ ସେଗୁଡିକୁ ଆପ୍ରୁଭାଲ କରିବା ପାଇଁ ଏନଏସି ସହିତ ଭିତିରି କଥାବାର୍ତ୍ତା କରିଥିବା ଏବଂ ବେନିୟମ କାର୍ଯ୍ୟ କରିବାକୁ ନିର୍ବାହୀ ଅଧିକାରୀ ମନା କରିଥିବା ଜଣାଅପଡ଼ିଛି ।



କିନ୍ତୁ ଅଧ୍ୟକ୍ଷ ହେବାପରେ କୁଆଡେ ନିର୍ବାହୀ ଅଧିକାରୀଙ୍କୁ ସେ ପ୍ଳଟିଙ୍ଗ କରିଥିବା ସମସ୍ତ ଜମିରେ ଏପ୍ରୁଭାଲ କରାଇଦେବା ପାଇଁ କହିଥିଲେ ଏବଂ ସେ ଏହା କରିପାରିବି ନାହିଁ ବୋଲି କହିବା ପରେ



ଅସନ୍ତୋଷ ଜାହୀର କରି ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଇଛନ୍ତି ବୋଲି ବାହାରେ ବାହାଵଃ ନେଉଛନ୍ତି ନିଜେ ଅଧ୍ୟକ୍ଷ୍ୟ ବୋଲି ଛକ ଛକ ରେ ଚାଲିଛି ଚର୍ଚ୍ଚା ।



ଏହି ସବୁ ଘୋଟଲା କୁ ଲୁଚାଇବାକୁ ଯାଇ କିଛି ଦିନ ତଳେ ଏନ ଏ ସି ର କେତୋଟି ହାତଗଣତି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଡାକି ପୂର୍ବ ବର୍ଷ ମାନଙ୍କ ରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ କୌଣସି କାର୍ଯ୍ୟ ଦିଆଯାଇନଥିବା ଅଭିଯୋଗ କରିଥିଲେ ।









