
ଆସିକା (ଜିଲ୍ଲା ଖବର ) : ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ନିର୍ଭୟ କଢି କାର୍ଯ୍ୟକ୍ରମ। ବାଲ୍ୟବିବାହ ଏକ ଘୃଣ୍ୟ ମାନସିକତାକର ପରିଚୟ। କମ୍ ବୟସରୁ ଝିଅମାନଙ୍କୁ ବିବାହ କରାଇଦେଇ ପିତାମାତା ମାନେ ସେମାନଙ୍କ ବୋଝକୁ ହାଲକା କରିଦିଅନ୍ତି। କିନ୍ତୁ ଏହା ଏକ ପ୍ରକାର ସମାଜ ପ୍ରତି ଅନ୍ତରାୟ ସୃଷ୍ଟି କରିବା ସହ ଝିଅ ମାନଙ୍କ ପ୍ରତି ଅନ୍ୟାୟ ସଦୃଶ ଅଟେ। ଶାରୀରିକ ଓ ମାନସିକ ପରିପକ୍ବତା ନଆସିବା ସତ୍ତ୍ୱେ ଝିଅକୁ ବିବାହ କରିବା ଫଳରେ ପରବର୍ତ୍ତୀ ସମୟରେ ଘଟୁଥିବା ବିଭିନ୍ନ ଅଘଟଣ ଓ ଅମାନବୀୟ ଆଚରଣ ବିରୁଦ୍ଧରେ ଗଂଜାମ ଜିଲ୍ଲା ପ୍ରଶାସନ ନିର୍ଭୟ କଢି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।ଏହା ଏକ ଅଭିନବ ପଦକ୍ଷେପ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ଜଣାପଡିଛି।ଅଂଗନଞ୍ବାଡି କର୍ମୀ ଏବଂ ଆଶା କର୍ମୀ ମାନେ ସି ଡି ପି ଓ ଙ୍କ ନେତୃତ୍ୱରେ ଜନସାଧାରଣ ପାଖକୁ ଯାଇ ବାଲ୍ୟ ବିବାହ ରୋକିବା ନିମନ୍ତେ ଗ୍ରାମ ଗ୍ରାମ ବୁଲି ସଚେତନତାର ବାର୍ତ୍ତା ପ୍ରେରଣ କରୁଛନ୍ତି। ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମରେ ମଧ୍ୟ ଅଭିନବ ଢଙ୍ଗରେ ପ୍ଳେ କାର୍ଡ଼ ମାଧ୍ୟମରେ ପଥପ୍ରାନ୍ତ ସଭା କରି ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବା ଦେଖାଦେଇଛି।
ରିପୋର୍ଟ ରତ୍ନାକର ଶିଅ ।



