
ନବରଙ୍ଗପୁର , ୧୧/୦୬/୨୨( ଜିଲ୍ଲା ଖବର ) : ଜୀବନ ପାଣିର ଫୋଟକା,ଏହି ଉକ୍ତି ଟି ଠିକ,କିନ୍ତୁ ରଖେ ହରେ ତ ମାରେ କିଏ ଏହି ଉକ୍ତି ଉପରେ ଏକ ଘଟଣା ଦେଖିବାକୁ ମିଳିଛି ଯାହା ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତ ର କରାଘାଟି ଗ୍ରାମରେ ଯଥା ନବରଙ୍ଗପୁରଏବଂ କଳାହାଣ୍ଡି ବୋଡୋର ମଧ୍ୟରେ।
ସୂଚନା ମୁତାବକ କରାଘଟି ଗ୍ରାମର ଡମୁ ମାଝୀ ବୟସ ୧୩ ବର୍ଷ ସେ ଛେଳି ଚରାଇବା ପାଇଁ ପାଖ ଜଙ୍ଗଲ ରେ ଯାଇଥିଲେ।


ଗୋଟିଏ ବଡ଼ ପଥର ଚଟାଣ ଉପରେ ବସି ରହିଥିଲା ସମୟରେ ଅଚାନକ କୌଣସି କାରଣ ବଶତଃ ଦୁଇ ପଥର ମଝିରେ ମୁଣ୍ଡ ବୁଲାଇ ପୋଡିଯାଇଥିଲେ। ଫୋଳରେ ଡମୁ ମାଝୀ ଜଣେ ଥିବାରୁ ଚିତ୍କାର କରିବା ଆରମ୍ଭ କରିଥିଲେ,ପାଖରେ ଜଣେ ବ୍ୟକ୍ତି ଚିତ୍କାର ଶୁଣି କାଳେ କୋଣ ହେଲା ବୋଲି ଦେଖିବାରୁ କୌଣସି ପୋତା ପାଇ ନ ଥିଲେ। ପୁଣି ଆଗକୁ ଯିବା ସମୟରେ ଚିତ୍କାର ଶୁଣି ପାଖ ଗ୍ରାମ ର ସମସ୍ତଙ୍କୁ ଡାକି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।



ପ୍ରକୃତ ଘଟଣା ହେଲା କୌଣସି କାରଣ ବଶତଃ ଡ଼ମୁ ଦୁଇ ପଥର ଚଟାଣ ମଧ୍ୟରେ ମୁଣ୍ଡ ପଶି ବାହାରକୁ ବାହାରି ପାରିଲେ ନାହିଁ ଯେତେ ଚେଷ୍ଟା କଲେ ଦିନ ୧୧ ଟା ସମୟରୁ ରାତ୍ର ୩ ପର୍ଯ୍ୟନ୍ତ ମଧ୍ୟରେ ଅନେକ କୋକୁୟା ଭୟ ହେବା ଫୋଳରେ ସ୍ଥାନୀୟ କଣ୍ଟାଗାଁ ସରପଞ୍ଚ ର ଦେଡସୁର ସିନ୍ଧୁ ନାୟକ,ସେହି ଗ୍ରାମର ସନ୍ୟାସୀ ସେହି ସ୍ଥାନରେ ପହଂଚିଥିଲେ।


କୌଣସି ଖବର ପାଇ ଗୁଗୁଲି ନ୍ୟୁଜ ରେପୋର୍ଟେର ଅନିଲ କୁମାର ବିଷୋୟୀ, ପହଂଚି ଥିଲେ।ଉଦ୍ଧାର କାର୍ଯ୍ୟ ସହଯୋଗ କରୁ କରୁ କିଛି ସମୟ ପରେ ତେନ୍ତୁଳିଖୁଣ୍ଟି bdo,gpo,କଣ୍ଟାଗାଁ peo, grs କୃଷ୍ଣ ଙ୍କ ଚେଷ୍ଟା ଫୋଳରେ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ଉଦ୍ଧାର କରାଯାଇଥିଲା। ୮ ଘଣ୍ଟା ବ୍ୟବଧାନରେ ଗୋଟିଏ ଜୀବନ ବଞ୍ଚୀଯାଇଛି। ବର୍ତମାନ ଡମୁ ଙ୍କ ସ୍ୟାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଡାକ୍ତର ଖାନା ଭର୍ତି କରାଯାଇଛି।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।



