Friday, November 13, 2026
Home ଆଞ୍ଚଳିକ ମୌଳିକ ସମସ୍ୟା ଘେରରେ ମହୁଲପଡା ଆଦିବାସୀ ବସ୍ତି l

ମୌଳିକ ସମସ୍ୟା ଘେରରେ ମହୁଲପଡା ଆଦିବାସୀ ବସ୍ତି l

66

ଦିଗପହଣ୍ଡି , ୧୦/୦୬/୨୨ ( ଜିଲ୍ଲା ଖବର ) : ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାର ଜନ୍ମ ରୁ ମୃତ୍ୟୁ ପଯ୍ୟନ୍ତ ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ସେଥୁରୁ ବଞ୍ଚିତ ଅଛନ୍ତି ମହୁଲପଡା ଗ୍ରାମର ପ୍ରାୟ ୪୦ ପରିବାର, ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ଖାଇବାକୁ ରାସନ ଚାଉଳ ଅଛି ନା ଚଳିବାକୁ ମଧୁବାବୁ ପେନସନ ଅଛି ନାମ ମାତ୍ର କେ ଭୋଟର ଭାବରେ ଗଣତି ହୋଇ ଅଛନ୍ତି ପୁରା ଗ୍ରାମ l

ଏକଥା ଆମେ କହୁନୁ କହୁଛନ୍ତି ଏହି ଆଦିବାସୀ ବସ୍ତି l ଏମିତିକା ଘଟଣା ଦେଖିବାକୁ ମିଳିଛି ପୂର୍ବତନ ବାଚସ୍ପତି ଙ୍କ ନିର୍ବାଚନ ମନ୍ଦିର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମୁଳା ପଂଚାୟତ ର ମହୁଲ ପଡା ଗ୍ରାମର ପ୍ରାୟ ୪୦ ପରିବାର ସମସ୍ୟା ଘେରରେ ଛନ୍ଦୀ ହୋଇ ପଡିଛନ୍ତି,କୌଣସି ସରକାରୀ ସହାୟତା ପାଇପାରିନାହାନ୍ତି l

ପଂଚାୟତ ସମୟରେ ଭୋଟ ଭିକ୍ଷା ପାଇଁ ପାଖକୁ ଆସନ୍ତି ଏବଂ ପ୍ରତିଶୃତି ପରେ ପ୍ରତି ସୃତି ଦେଇ ଚାଲିଯାଆନ୍ତି କିନ୍ତୁ ଆମର କୌଣସି ସମସ୍ୟାର ସମାଧାନ କରୁନାହାନ୍ତି, ଗାଁ ରେ ପକ୍କା ରୋଡ଼ ଖଣ୍ଡିଏ ବି ନାହିଁ ବର୍ଷା ଦିନେ ଚାଲିବାଟା ବହୁତ କଷ୍ଟ ସାଧ୍ୟ, ଗ୍ରାମରେ କରେଣ୍ଟ ବହୁତ ଅସୁବିଧା ରହିଛି ଯାହାକି ଆଲୋକୀ କରଣ ପାଇଁ ଦୁଇଟା ସୋଲାର ଲାଇଟ ଦେଇଥିଲେ ମଧ୍ୟ୍ୟ ଗୋଟେ ଅଚଳ ହୋଇ ପଡିଛି, ପାଣି କଥା କହିଲେ ନ ସରେ ଗ୍ରାମରେ ଗୋଟେ ମାତ୍ର ନଳକୂପ ଏବଂ ହେଣ୍ଡ ବୋର ଅଛି ତାହା ବି ଅଚଳ ହୋଇ ପଡିଛି l


ଏହି ବାବଦରେ ଆମେ ପହଂଚି ଥିଲୁ ଖବର ନେଇ ବଡଡୁମୁଳା ପଂଚାୟତ ସରପଞ୍ଚ ପ୍ରତିନିଧି ଶେଷ କାନ୍ତ ଯାନୀ ଙ୍କ ପାଖରେ କିନ୍ତୁ ତାଙ୍କର ପ୍ରତିକ୍ରିୟା ଥିଲା ଯାହାକି ମୁ ବର୍ତମାନ ନୂଆ ରେ ଦାଇତ୍ୱ ନେଇଛି ମୋତେ ଏହି ବାବଦରେ କୌଣସି ପ୍ରକାର ଅଭିଯୋଗ ଆସିନି, ମୁ ବର୍ତମାନ ଆପଣଙ୍କ ମାଧ୍ୟ୍ୟମରେ ଜାଣିଲି ଯାହା ସବୁ ଅସୁବିଧା ଅଛି ମୁ ପହଂଚି ତାହାର ସମାଧାନ କରିବାକୁ ପ୍ରତିଶୃତି ରଖିଛନ୍ତି l ଯାହାକି ଆମେ ବିଡ଼ିଓ ଙ୍କୁ ଏହି ବାବଦରେ ଜଣାଇବୁ ବହୁତ ଜଲଦି ତାହାର ପ୍ରତିକାର କରିବୁ l

ପରି ଶେଷରେ ସେଇ ଗୋଟେ ମାତ୍ର ପ୍ରତିଶୃତି ରଖିଲେ ବ୍ଲକ ଅଧ୍ୟକ୍ଷl ସୁନିତା ସେଠି ମୁ ବର୍ତମାନ ଏହି ସମସ୍ୟା ବିଷୟରେ କିଛି ଜାଣି ନଥିଲି କି ମୋତେ କିଏ ଅବଗତ ବି କରେଇ ନାହାନ୍ତି, ମୁ ନିଛିନ୍ତ ଗ୍ରାମରେ ପହଂଚି ଯାହା ସବୁ ସମସ୍ୟା ଅଛି ତାହା ସମାଧାନ କରିବାକୁ ପ୍ରତିଶୃତି ରଖିଛନ୍ତି l
ଦେଖାଯାଉ ଆଉ କେତେ ଯୋଜନା ଗଲେ ମହୁଲପଡା ଗ୍ରାମର ଆଦିବାସୀ ପରିବାର ତାଙ୍କର ମୌଳିକ କୁ ସୁଧାର ଆଣିବେ ତାହା ଦେଖିବାକୁ ବାକି ରହିଲା l ସରକାରୀ ଯୋଜନା ତୃଣ ମୂଳ ସ୍ତର ରେ ଆଜି ବି ପହଂଚି ପାରୁନି ଏଠି ତାହା ସ୍ପଷ୍ଟ ହୋଇ ପଡ଼ିଛି l