Monday, November 16, 2026
Home ଆଞ୍ଚଳିକ ୫T ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ବ୍ଲକ ଅଧକ୍ଷ ଓ ଉପାଧ୍ୟାକ୍ଷା ।

୫T ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ବ୍ଲକ ଅଧକ୍ଷ ଓ ଉପାଧ୍ୟାକ୍ଷା ।

103


ଗାଙ୍ଗପୁର ,୧୦/୦୬/୨୨ ( ଜିଲ୍ଲା ଖବର ) : ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ଡାକରା ଆସିବାରୁ ବେଲଗୁଣ୍ଠା ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଓ ଉପାଧ୍ୟାକ୍ଷା ପ୍ରମିଳା ପ୍ରଧାନ ଭୁବନେଶ୍ୱର ଯାଇ ପ୍ରଥମେ 5T ସଚିବ ଭି. କେ ପାଣ୍ଡିଆନ ଙ୍କୁ ନବୀନ ନିବାସ ରେ ଭେଟି ୨୦ ମିନିଟ ଆଲୋଚନା କରିଥିଲେ l ପ୍ରଶାନ୍ତ ୨୦୦୨ ରୁ ୨୦୦୭ ବେଲଗୁଣ୍ଠା ବ୍ଲକ ଅଧକ୍ଷ ଥିବା ସମୟରେ ବର୍ତମାନ ର 5T ସଚିବ ସେତେବେଳେ ଗଞ୍ଜାମ ଜିଲ୍ଲାପାଳ ଥିଲେ l ପୁରୁଣା ସମ୍ପର୍କ ସହ ବ୍ଲକ ସୁବିଧା ଅସୁବିଧା ବୁଝିଥିଲେ 5T ସଚିବ ଶ୍ରୀ ପାଣ୍ଡିଆନ l ବ୍ଲକ ର ଖାଲିଥିବା ପଦବୀ ସହ ବହୁ ସରକାରୀ ସୁବିଧା ଯଥାଶୀଘ୍ର ପୂରଣ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ l ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ବ୍ଲକର ସର୍ବାଗୀନ ବିକାଶ ପାଇଁ ଆଶ୍ରିବାଦ ମାଗିଥିଲେ l ନବୀନ ନିବାସ ରୁ ଫେରିବାପରେ ଉଭୟେ ଅଧକ୍ଷ ଓ ଉପାଧ୍ୟାକ୍ଷା ବେଲଗୁଣ୍ଠା ବ୍ଲକ ର ସମସ୍ତ ଆବଶ୍ୟକ ଥିବା ଭିର୍ତ୍ତିଭୂମିକୁ ପଜାୟ କ୍ରମେ ପୁରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ସଚିବ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିବା ସହ ଆଗାମୀ ଦିନରେ ବେଲଗୁଣ୍ଠା ଗସ୍ତରେ ଆସିବାକୁ ପାଣ୍ଡିଆନ ଙ୍କୁ ଅନୁରୋଧ କରିଥିବା ଅଧକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଉଭୟ ଙ୍କୁ ମିଶିବା ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଙ୍କୁ କୃତଜ୍ଞତା ଜଣାଇଥିଲେ l