Home ଆଞ୍ଚଳିକ ନନ୍ଦାହାଣ୍ଡି ବ୍ଲକରେ ସାମ୍ବାଦିକ ମାନଙ୍କୁ ଅଣଦେଖା ।

ନନ୍ଦାହାଣ୍ଡି ବ୍ଲକରେ ସାମ୍ବାଦିକ ମାନଙ୍କୁ ଅଣଦେଖା ।

61

ନବରଙ୍ଗପୁର , ୧୦/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ଲୋକ ପାଖରେ ପହଞ୍ଚାଇବା ଏବଂ

ପ୍ରଚାର ପ୍ରସାର ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଥାଏ l ସେହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ତରଫରୁ କୋଟିକୋଟି ଖର୍ଚ୍ଚ କରାଯାଇ ଥାଏ l

କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବାରେ ସାମ୍ବାଦିକ ମାନଙ୍କର ମୁଖ୍ୟ ଭୂମିକା ଥାଏ l କିନ୍ତୁ ଦୁଃଖର ବିଷୟ ନନ୍ଦାହାଣ୍ଡି ବ୍ଳକ ତାହା ବ୍ୟତିକ୍ରମ ଦେଖିବାକୁ ମିଳିଛି l ନନ୍ଦାହାଣ୍ଡି ବ୍ଳକ ଯେକୌଣସି କାର୍ଯ୍ୟକ୍ରମ ହେଲେ ମଧ୍ୟ କୌଣସି ସାମ୍ବାଦିକକୁ କାର୍ଯ୍ୟକ୍ରମକୁ ଡାକୁ ନ ଥିବାର ଦେଖିବାକୁ ମିଳିଛି l ଏନେଇ ସାମ୍ବାଦିକ ମାନେ ବାରମ୍ବାର ବିଡିଓ ଶ୍ରୀ ଶିବ ଶଙ୍କର ମୁର୍ମୁ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l

ଆଜି ତା ୧୦/୦୬/୨୨ ରିଖରେ ପ୍ରଥମ ସମିତି ବୈଠକ କରାଯାଇଛି l କିନ୍ତୁ ଆଜି ବି କୌଣସି ସାମ୍ବାଦିକଙ୍କୁ ବୈଠକକୁ ଡାକି ନ ଥିବାର ଦେଖିବାକୁ ମିଳିଛି l ଅଧିକାରୀ ମାନେ ସାମ୍ବାଦିକ ମାନଙ୍କୁ ଭୟ କରୁଛନ୍ତି କି ନା ଅନ୍ୟ କିଛି କାରଣ ରହିଛି ସମସ୍ତ ମନରେ ସନ୍ଧେହ ହେବା ସଂଭାବିକ l ଏବିଷୟରେ ବିଡିଓଙ୍କୁ ପଚାରିବାରୁ କିଛି କହିବା ପାଇଁ ମନା କରିଛନ୍ତି l ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର