Wednesday, November 11, 2026
Home ଆଞ୍ଚଳିକ ଦୁଇ ମାସର ଶିଶୁକୁ ଟୀକା ନେବା ପରେ ମୃତ୍ୟୁ ଅଭିଯୋଗ ,ତଦନ୍ତ ଦାବୀ କଲେ ଗ୍ରାମବାସୀ...

ଦୁଇ ମାସର ଶିଶୁକୁ ଟୀକା ନେବା ପରେ ମୃତ୍ୟୁ ଅଭିଯୋଗ ,ତଦନ୍ତ ଦାବୀ କଲେ ଗ୍ରାମବାସୀ ।

227

ବିଷମକଟକ , ୦୯/୦୬/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ଗାଁରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ରୁ୫ବର୍ଷ ଶିଶୁ ମାନଙ୍କୁ ଟୀକା ଦେବା ର ବହୁ ସମୟ ପରେ ଶିଶୁ ର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଗତ ବୁଧବାର ଦିନ ସ୍ଵାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତ୍ସ୍ନାରାଣୀ ସାହୁ, ଆଶା ରିତା କାଡ୍ରାକା,ଅଙ୍ଗନବାଡ଼ି କର୍ମୀ ସ୍ନେହଲତା ମହାରଣା, ପ୍ରମୁଖ ଉପସ୍ଥିତରହି ୦ ରୁ ୫ ବର୍ଷର ପ୍ରାୟ ୨୨ ଜଣ ଶିଶୁମାନଙ୍କୁ ଆଇ ପି ବି,ଓ ପି ବି,ପି ସି ବି, ଟୀକା ଦେବା ପରେ ପୋଲିଓ ବୁନ୍ଦା ଖୁଆଇଥିଲେ । ସେଥିରୁ କାଡ୍ରାକା ପୁଷ୍ପା ସ୍ୱାମୀ ହେମନ୍ତ ଙ୍କ ଶିଶୁ କୁ ମଧ୍ୟ ଟୀକା ଦେଇଥିଲେ । ଟୀକା ଦେବାର ପ୍ରାୟ ୯ ଘଣ୍ଟା ସମୟ ପରେ ଶିଶୁକୁ ସାମାନ୍ୟ ଜ୍ୱର ହାଇଥିଲା ।ରାତ୍ର ୧୦ ଘଣ୍ଟା ପରେ ଶିଶୁର ଦେହର ତାତି ବା ଜ୍ଵର କମିଥିଲା । ରାତ୍ର ୨ଟା ଓ ୩ଟା ସମୟ ମା କ୍ଷୀର ପିଆଇଥିଲେ । ପୁଣି ୫ଟା ସମୟରେ ଶିଶୁକୁ ଉଠାଇ କ୍ଷୀର ପିଆଇବାକୁ ଉଠିଲା ବେଳେ ଶିଶୁ ଆଉ ଉଠିନଥିଲା । ଯାହା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ଜାଣି ପାରି ପରିବାରକୁ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ ।ଏହି ଖବର ଗ୍ରାମବାସୀ ଜାଣିବା ପରେ ଆଶା, ଅଙ୍ଗନବାଡି ଓ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଡକାଇ ପଚାର ଉଚର କରିଥିଲେ । ଦୁଇ ବର୍ଷର ଶିଶୁ କୁ ଯେତିକି ଟୀକା ଦିଆଯାଇଛି ସେତିକି ଟୀକା ତିନି ବର୍ଷ ର ଶିଶୁକୁ ମଧ୍ୟ ସେତିକି ଟୀକା କେମିତି ଦେଲ । ଯାହାଫଳରେ ଶିଶୁର ମୃତ୍ୟୁ ହୋଇଗଲା । ସେମିତି ଅନ୍ୟ କିଛି ଶିଶୁକୁ ମଧ୍ୟ ଝାଡା ହେଉଥିବା ଅଭିଯୋଗ କରିଥିଲେ ।ଏହିଖବର ପାଇ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା,ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ ,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।ଏ ବିଷୟରେ ଡାକ୍ତର ଚିନ୍ମୟ ଲିମାଙ୍କୁ ପଚାରିବାରୁ ସେ କହିଲେ ଟୀକା ଦ୍ୱାରା ଶିଶୁର ମୃତ୍ୟୁ ହୋଇନାହିଁ । ସରକାର ଙ୍କ ନୀୟମ ଅନୁଯାୟୀ ଦିଆଯାଇଛି । ଶିଶୁର ଓଜନ କମ ଥିଲା ।ଏହାର ତଦନ୍ତ ଚାଲିଛି । ଉକ୍ତ (ଟୀକା ) ଭେକସିନ କୁ ପରୀକ୍ଷାଗାର କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଏହି ଅଳ୍ପ ଦିନରେ କରୁବାଇ ଅଞ୍ଚଳର ନବଜାତ ଶିଶୁ ନିଖୋଜ ମାମଲା ରେ ଜଣେ ସ୍ୱାସ୍ଥ୍ୟ କର୍ମୀ ସମ୍ପୃକ୍ତ ଥିବା ଜଣା ପଡିଥିବା ବେଳେ ପୁଣି ଏକ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଅଭିଯୋଗ ହେବା ଅତି ନିନ୍ଦନୀୟ ଅଟେ ଏଭଳି ଖାମ ଖିଆଲି କାମ ଯୋଗୁଁ ପରିବାର ନିଜ ଅମୁଲ୍ୟ ଶିଶୁ ସନ୍ତାନକୁ ହରାଇବା ଅତି ଦୁଃଖ ର ବିଷୟ ଅଟେ। ଏଥିରେ ନିରପେକ୍ଷ ତଦନ୍ତ କରାଯାଉ ଅନ୍ୟ ବ୍ଲକ ର ନୂତନ ଅଧିକାରୀଙ୍କୁ ତଦନ୍ତରେ ନିଯୁକ୍ତ କରାଯାଉ ବୋଲି ପରିବାର ଓ ବୁଦ୍ଧି ଯିବି ଦାବୀ କରିଛନ୍ତି।