Home ଆଞ୍ଚଳିକ ଗଂଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ମୋ ଗେଲ୍ଲା ଝିଅ ।

ଗଂଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ମୋ ଗେଲ୍ଲା ଝିଅ ।

62

ଆସିକା ( ଜିଲ୍ଲା ଖବର) : ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି ଗ୍ରାମରେ ପାଳିତ ହୋଇଯାଇଛି ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ। କନ୍ୟାଭୃଣ ହତ୍ୟା ଏବଂ ଝିଅମାନଙ୍କ ପ୍ରତି ଅନାଦର ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ଆଶା କର୍ମୀ ମାନେ ସି ଡି ପି ଓ ଭାରତୀ ମହାପାତ୍ର ଙ୍କ ନେତୃତ୍ୱରେ ପଞ୍ଚାୟତର ସମସ୍ତ ଗ୍ରାମକୁ ପରିଭ୍ରମଣ କରି କନ୍ୟା ସନ୍ତାନ ଜନ୍ମହାର କିଭଳି କମିକମି ଯାଉଅଛି। ପୁଅ ସଂଖ୍ୟା ଅନୁସାରେ ଝିଅ ସଂଖ୍ୟାର ଅନୁପାତ କିଭଳି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ପ୍ଲା କାର୍ଡ ଧରି ଜନସଚେତନ କରିଥିଲେ। ତତସହିତ ଉଷା ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଭାଗ୍ୟଲତା ବିଷୋୟୀ ବଡଖୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ର ଏ ଏନ୍ ଏମ୍ ମନ୍ଦାକିନୀ ତ୍ରିପାଠୀ ଆଶାକର୍ମୀ ସଞ୍ଜୁକ୍ତା ବେହେରା ମୋହିନୀ ବିଷୋୟୀ, ନମିତା ଜେନା ପ୍ରମୁଖ ଯୋଗଦେଇ ନବଜାତ କନ୍ୟାଶିଶୁ ମାନଙ୍କୁ ଅଭିନବ ଢଙ୍ଗରେ ସ୍ବାଗତ କରିବା କେକ୍ କାଟି ଗୋଲାପ ଫୁଲ ଦେଇ ସମ୍ମାନିତ କରାଯାଇଥିଲା । ଏବଂ ବୃକ୍ଷରୋପଣ ପାଇଁ ଚାରା ବଣ୍ଟନ କରାଯାଇଥିଲା । ଗ୍ରାମର ଆବାଳବୃଦ୍ଧବନିତା ଏକତ୍ରିତ ହୋଇ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ରିପୋର୍ଟ ରତ୍ନାକର ଶିୟ