
ବିଷମକଟକ , ୦ ୯/୦୬/୨୨ ( ଜିଲ୍ଲା ଖବର ) : ଆଜି ଗୁରୁବାର ଦିନ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ରାୟଗଡ ତରଫରୁ ସ୍ବାଧିନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ୧୨୨ ତମ ସହିଦ ଦିବସ ପାଳନ ଅବସରରେ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରୁ ଶହଶହ ପୁରୁଷ ଓ ମହିଳା ଆଦିବାସୀ ମାନେ ପାରମ୍ପାରିକ ବେଶଭୂଷା ପରିଧାନ କରି ନାଚଗିତ ସହ ଓଡ଼ିଶା ସରକାର ଓ କେନ୍ଦ୍ର ସରକାର , ଆଦିବାସୀ ମାନଙ୍କ ଉପରେ ଯେଉଁ କଡା ଆଇନ ପ୍ରଣୟନ କରିଛନ୍ତି ତାର ପ୍ରତିବାଦରେ ଗୁଣପୁର ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ଏହି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୦ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ରହିଛି , ସଉରା ଭାଷା ଓ ସଂସ୍କୃତିକୁ ସାମ୍ବିଧାନିକ ଅଧିକାର ସହ ସଂରକ୍ଷଣ ଅଧିକାର , ଗୁଣପୁର ଉପଖଣ୍ଡରେ ଏମ୍ ଜି ଏନ୍ ଆର ଜି ଏ କାମରେ ଜେସିଵି ଦ୍ଵାରା କାମ ବନ୍ଦ କରି ଲୋକଙ୍କ ଦ୍ଵାରା କରାଇବା ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ, ପ୍ରତ୍ୟେକ ଗରିବଙ୍କୁ ଜଵ କାର୍ଡ ପ୍ରଦାନ ସହ ରାସନ କାର୍ଡରେ ୫୦ କିଲୋ ଚାଉଳ ପ୍ରଦାନ , ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ , ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କା କରାଯାଉ , ଗୁଣପୁର ପୈ।ର ପରିଷଦରେ ରହୁଥିବା ଆଦିବାସୀମାନଙ୍କୁ ଘରଡିହ ପଟ୍ଟା ଦିଆଯାଉ , ଚାଷି ମାନଙ୍କ ଜଳସେଚନ ପାଇଁ ପାଣିଡଙ୍ଗର ପ୍ରକଳ୍ପ ଯଥା ଶିଘ୍ର ପ୍ରତିଷ୍ଠା କରାଯାଉ , ଗୁଣପୁର ରୁ ଥେରୁବାଲି ପର୍ଯ୍ୟନ୍ତ ରେଳରାସ୍ତା ଶିଘ୍ର ସଯୋଗିକରଣ କରାଯାଉ ।

ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ସହିଡ଼ ଦିବସ ପାଳନ ଅବସରରେ ଶ୍ରୀ ତ୍ରୀପତି ଗମାଙ୍ଗ (ଓଡିଶା ଆଦିବାସୀ ସଂଘର୍ଷ ମୋର୍ଚ୍ଚା) ମୁଖ୍ୟ ଵ୍ୟକ୍ତା ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନାସିମ ଶଵର , କୈଳାସ ଶଵର , ରାଇନା ଶଵର , ସଞ୍ଜୟ ଶବର , ରାଜେନ୍ଦ୍ର ମାଝୀ , ସାଇମନ ଵିଡିକା ପ୍ରମୁଖ ସହଯୋଗ କରିଥିଲେ । ତେଵେ ସହିଦ ଵିର୍ସାମୁଣ୍ଡାଙ୍କ ଏହି ପୂଣ୍ୟତିଥିରେ ସରକାରଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର କେତେ ଦୂର କାର୍ଯ୍ୟକାରୀ ହେଉଛି ଦେଖିବାକୁ ବାକି ରହିଲା ।


