Sunday, November 15, 2026
Home ଆଞ୍ଚଳିକ ଗାଁ ଆମ୍ବ ପସରା ମେଳା ଶୁଭାରମ୍ଭ କଲେ ଜିଲ୍ଲାପାଳ।

ଗାଁ ଆମ୍ବ ପସରା ମେଳା ଶୁଭାରମ୍ଭ କଲେ ଜିଲ୍ଲାପାଳ।

109

ବିଷମକଟକ , ୦୯/୦୬/୨୨ ( ଜିଲ୍ଲା ଖବର ) : ଚଳିତ ଆମ୍ବ ଋତୁରେ ବିଭିନ୍ନ ଗାଁ ଗଣ୍ଡlରେ ଚାଷ କରିଥିବା ଆମ୍ବକୁ ସୁଲଭ ମୂଲ୍ୟରେ ବିକ୍ରୟ କରିବା ନିମନ୍ତେ ଓରମାସ ରାୟଗଡ ତରଫରୁ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲା ଯାଇଛି ।

ଏହି ଗାଁ ଆମ୍ବ ପସରl ମେଳାକୁ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଦଘାଟନ କରିଛନ୍ତି l ଚଳିତବର୍ଷ ଆମ୍ବ ବହୁତ କମ ପରିମାଣରେ ଉତ୍ପାଦନ ହୋଇଥିବାରୁ ବଡଧରଣର ମେଳା କରାଯାଇ ନାହିଁ l

ରାୟଗଡ ଆମ୍ବର ଚାହିଦା ଦିଲ୍ଲୀ ବଜାରରେ ରହିଥିବାରୁ ଦୁଇଥର ଖଣ୍ଡେ ପଠା ଯିବାର ବ୍ୟବସ୍ଥା କାରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଏହି ଆମ୍ବ ପସରା ଆଜିଠାରୁ ଆସନ୍ତା ଜୁନେ ମାସ ୧୫ତାରିଖ ପର୍ଯ୍ୟନ୍ତ ବିକ୍ରୟ କରାଯିବ ବୋଲି ଅତିରିକ୍ତ ନିର୍ଦ୍ଦେଶକ ଓରମାସ ତରଫରୁ ଜଣାପଡ଼ିଛି l

ଗ୍ରାହକ ମାନେ ସୁଲଭ ମୂଲ୍ୟରେ ଆମ୍ବକୁ ଏହି ଗ୍ରାମୀଣ ବଜାରରେ ପାଇପାରିବେ l ଏଥିରେ ମାଳିକା,ଆମ୍ରପଲି ପ୍ରକାରର ଆମ୍ବ ବିକ୍ରୟ କାରାଯାଉଥିବା ବେଳେ ଆଗକୁ ଅନ୍ୟପ୍ରକାରର ଆମ୍ବ ମଧ୍ୟ ବିକ୍ରୟ କାରାଯିବ l

ଏହି ଉଦ୍ଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ, ଅତିରିକ୍ତ ନିର୍ଦ୍ଦେଶକ, ଓରମାସ ରାୟଗଡ ମନୋଜ କୁମାର ପାତ୍ର, ଓଡ଼ିଶା ଜୀବିକା ମିଶନର ଅତିରିକ୍ତ ନିର୍ଦ୍ଦେଶକ ହେମନ୍ତ କୁମାର ବାଘ ଓ ଆନ୍ୟନ୍ୟ ଅଧିକାରୀ ମାନେ ଯୋଗଦନ କରିଥିଲେ।