
ବ୍ରହ୍ମପୁର, ୦୯/୦୬/୨୨ (ଜିଲ୍ଲା ଖବର ) : ଶ୍ରୀ ଅଜୟ କୁମାର ଦ୍ବିବେଦୀଙ୍କ ନେତୃତ୍ୱରେ ଟି.ଏନ.ଟି ସ୍କିଲ୍ ସେଣ୍ଟର ଠାରେ ଜୁନ୍ ୯ ତାରିଖ, ଗୁରୁବାର ଦିନ ଏକ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଅଛି | ଟି.ଏନ.ଟି ସ୍କିଲ୍ ସେଣ୍ଟର ଏବଂ ରୁବି ଚକ୍ଷୁ ହସ୍ପିଟାଲ୍ ଓ ଲାସିକ୍ ସେଣ୍ଟରର ମିଳିତ ଉଦ୍ୟମରେ ପ୍ରାୟ ୫୦୦ ଲୋକଙ୍କ ଗୋଟିଏ ଦିନରେ ଚକ୍ଷୁ ପରୀକ୍ଷା କରାଯାଇଥିଲା | ଉଭୟ କିଶୋର କିଶୋରୀ ଓ ବୟସ୍କ ବ୍ୟକ୍ତି ଆୟୋଜିତ ମାଗଣା ଚକ୍ଷୁ ପରୀକ୍ଷଣରେ ଭାଗ ନେଇଥିଲେ | ପରୀକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୫୦ କିଶୋର କିଶୋରୀ ଓ ୭୦ ବୟସ୍କ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ସମ୍ବଧୀୟ ସମସ୍ୟା ଥିବା ଜଣାପଡିଛି |

ରୁବି ଚକ୍ଷୁ ଡାକ୍ତରଖାନାର ଚେୟାରମ୍ୟାନ୍ ଡ. ବି ନାଗେଶ୍ଵର ରାଓ ସୁବୁଧୀ ଆୟୋଜିତ ଚକ୍ଷୁ ଶିବିରରେ ଯୋଗଦାନ କରିଥିଲେ ଏବଂ ଟି.ଏନ.ଟି ସ୍କିଲ୍ ସେଣ୍ଟର୍ ଛାତ୍ର ଛାତ୍ରୀ ମାନଙ୍କ ସହ ଚକ୍ଷୁ ପରୀକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ | ନଗ୍ନ ଚକ୍ଷୁରେ ଟିଭି, ମୋବାଇଲ, ଓ କଂପ୍ୟୁଟର ସାମ୍ନାରେ ବସି ଦୀର୍ଘ ସମୟ କାମ କରିବା ଓ ନିର୍ଦିଷ୍ଟ ସମୟ ଅନ୍ତରାଳରେ ଚକ୍ଷୁକୁ ଆରାମ ନଦେବା ଆମ ଚକ୍ଷୁ ପାଇଁ କେତେ କ୍ଷତିକାରକ, ତାହା ଉପରେ ବି ପିଲାମାନଙ୍କୁ ବୁଝାଇଥିଲେ |


ଶ୍ରୀ ଅଜୟ କୁମାର ଦ୍ବିବେଦୀ ଆୟୋଜିତ ମାଗଣା ଚକ୍ଷୁ ଶିବିର ନିମନ୍ତେ ରୁବି ଚକ୍ଷୁ ହସ୍ପିଟାଲ୍ ଚେୟାରମ୍ୟାନ୍ ଡ. ବି ନାଗେଶ୍ଵର ରାଓ ସୁବୁଧୀ, ମ୍ୟାନେଜର ଡ. ସୁଜିତ କୁମାର ଦାସ, ଅପ୍ଟୋମେଟ୍ରିଷ୍ଟ୍ ଅର୍ଧେନ୍ଦୁ ମଣ୍ଡଳ ଓ ପ୍ରିତମ ପଲେଇ, ଅବସରପ୍ରାପ୍ତ ଶିକ୍ଷକ କାମେଶ୍ଵର ମହାନ୍ତି, ତୁଳସା ଦ୍ବିବେଦୀ, ଏବଂ ଟି.ଏନ.ଟି ସ୍କିଲ୍ ସେଣ୍ଟର୍ ର ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |



