
ଧରାକୋଟ , ୦୯/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗ୍ରାମର ଦୁଇଟି ମନ୍ଦିର ରୁ ଗତ ରବିବାର ରାତ୍ର ରେ କିଛି ଦୃର୍ ଗେଟ ଭାଙ୍ଗି ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଥିବା ନେଇ ଧରାକୋଟ ଥାନା ରେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମ ବାସୀ ଅଭିଯୋଗ ହୋଇଥିଲା ।


ଅଭିଯୋଗ ଆଧାର ରେ ଥାନା କେସ ନଂ ୧୪୨/୨୨ ରେ ଏକ ଚୋରି ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଗତକାଲି ପୋଲିସ ଡ଼ଗ ସ୍କୁଆଡ଼ ମଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତ ଙ୍କୁ ଗିରଫ କରିବା ସଫଳ ହୋଇଛି l


ଏହା ସହିତ ଅଭିଯୁକ୍ତ ମାନଙ୍କ ନିକଟରୁ ଚୋରି ଅଳଙ୍କାର କୁ ଜବତ କରି ମନ୍ଦିର କତୃପକ୍ଷ କୁ ହସ୍ତାନ୍ତର କରିଛି ପୋଲିସ l



