
ବୁଗୁଡ଼ା, ୦୯/୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ବେଳେ ସେ ଶ୍ରମ ନିଯୁକ୍ତି ଓ ବୀମା ବିଭାଗ ପାଇଥିଲେ।


ଏହି ଖୁସି ଖବର ପାଇ ଗତକାଲି ରାତିରେ ଗସ୍ତ କାର୍ଯ୍ୟକ୍ରମ ଥିଲା। ସେହି ଦୃଷ୍ଟିରୁ ବୁଗୁଡ଼ା କଲ୍ୟାଣ ମଣ୍ଡପ ଠାରୁ ମନ୍ତ୍ରୀଙ୍କୁ ସ୍ବାଗତ ଜଣାଇ ଏକ ଶୋଭାଯାତ୍ରାର ଆୟୋଜନ କରି ପ୍ରତି ସାହିରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।


ଶୋଭାଯାତ୍ରା ଟି ଜନସମୁଦ୍ର ଭଳି ମନେ ହେଉଥିବା ବେଳେ ନଗର ପରିକ୍ରମା କରି ବୁଦ୍ଧଖୋଲ ଛକରୁ ଐତିହ୍ୟସ୍ଥଳୀ ତଥ ପଞ୍ଚ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ।


ଆସିକା ସଂସଦ ପ୍ରମିକା ବିଷୋୟୀ,ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟ ଦର୍ଶନୀ ଆଚାରୀ,ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


କେ ତ୍ରିଲୋଚନ ଦୋରା,ସୁଧାଂଶୁ ଶେଖର ପାଢୀ,କେ ନିଳମାଧବ ଆଚାରୀ ଓ ବସନ୍ତ କୁମାର ଦଳେଇ ପ୍ରମୁଖ ବହୁ ଦଲୀୟ କର୍ମୀମାନେ ସୁପରିଚାଳନା କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


