
ନବରଙ୍ଗପୁର ,୦୯/୦୬/୨୨ ( ଜିଲ୍ଲା ଖବର ) : ଭାରତୀୟ ମଜଦୁର ସଂଘ ସଲଗ୍ନ ଓଡିଶା କୋଠାବାଡି ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ର ଆୱାନ କ୍ରମେର ଆୱାନ କ୍ରମେ ୧୧ ଗୋଟି ସମ୍ବଳିତ ଦାବି ପତ୍ର ଶ୍ରମ ଆୟୁକ୍ତ ନବରଙ୍ଗପୁରଙ୍କ ଜରିଆରେ ମାନନୀୟ ଶ୍ରମ ସଚିବ ଭୁବନେଶ୍ୱରଙ୍କୁ ପ୍ରଦାନ କରାଯାଇଛି l ସାରା ଓଡିଶାରେ ଏହି ଦାବି ଉପସ୍ଥାପିତ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ ଯୁକ୍ତ କୁବେର ବେହେରାଙ୍କୁ ଏହିପତ୍ର ପ୍ରଦାନ କରାଯାଇଛି l ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନ୍ଲାଇନ୍ ସହିତ ମାନୁଆଲ୍ କରାଯାଉ । ପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକରେ ପଡ଼ିରହିଥିବା ସମସ୍ତ ନୂତନ ପଞ୍ଜିକରଣ ଆବେଦନ ପତ୍ର, ଶିକ୍ଷା ସହାୟତା, ବିବାହ ସହାୟତା, ମୃତ୍ୟୁକାଳୀନ, ପ୍ରସୂତୀ କାଳୀନ ଅନ୍ୟାନ୍ୟ ସହାୟତା ରାଶି ଅବିଳମ୍ବେ ପ୍ରଦାନ କରାଯାଉ ।ସମସ୍ତ ବେସରକାରୀ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଅଧୟନରତ ଛାତ୍ର-ଛାତ୍ରୀଙ୍କର ଶିକ୍ଷା ସହାୟତା ରାଶିକୁ ପୂନର୍ବାର ପ୍ରଦାନ କରାଯାଉ । ସମସ୍ତ ଜିଲ୍ଲାଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକ ତୁରନ୍ତ ପୂରଣ ସହିତ ଜଣେ ଷ୍ଟାର୍ କିପରଙ୍କୁ ନିଯୁକ୍ତି ଦିଆଯାଉ । ଯେଉଁ ନିର୍ମାଣ ଶ୍ରମିକ ମାନଙ୍କର ବ୍ୟାକ୍ଲକ୍ ହୋଇପାରିନାହିଁ ସେଗୁଡ଼ିକୁ ତୁରନ୍ତ ସ୍ଥାୟୀ ସମାଧାନ କରାଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ । ସେଲ୍ଫ୍ ଡିକ୍ୟୁରେସନ୍ରେ ଦସ୍ତଖତ କରୁଥିବା ବ୍ୟକ୍ତିଙ୍କର ନାମ, ଦସ୍ତଖତ ସହିତ ମୋବାଇଲ୍ ନମ୍ବର ଲେଖାଯିବା ସହିତ ଭିନୁୟାଲ୍ ପାଇଁ ଶ୍ରମ ସଂଗଠନକୁ କ୍ଷମତା ପ୍ରଦାନ କରାଯାଉ ।

ଯେଉଁ ନିର୍ମାଣ ଶ୍ରମିକ ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରୁଛନ୍ତି ତାହା ତୁରନ୍ତ ପଦକ୍ଷେପ ନେଇ ସହାୟତା ରାଶି ଯୋଗାଇ ଦିଆଯାଉ । ଯେଉଁ ନିର୍ମାଣ ଶ୍ରମିକମାନେ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ନେଇଛନ୍ତି ସେମାନଙ୍କୁ ପ୍ରମାଣପତ୍ର ସହିତ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉ ।ଯେଉଁ ନିର୍ମାଣ ଶ୍ରମିକମାନେ ପେନ୍ସନ୍ ପାଇବାପାଇଁ ହକଦାର ସେମାନେ ଯଦି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପେନ୍ସନ୍ ଫର୍ମ ଆବେଦନ କରିଥିବେ ତାହା ତୁରନ୍ତ ପଦକ୍ଷେପ ନିଆଯାଉ ।ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଆବେଦନ କରାଯାଇଥିବା ଶ୍ରମିକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ।ଟୁଲ୍ସ, ସେପଟି, ସାଇକେଲ୍ ଯେଉଁ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇନାହିଁ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯାଇ । ଏହି କାର୍ଯ୍ୟକ୍ରମ ଭାରତୀୟ ମଜଦୁର ସଂଘ ର ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ,ସମ୍ପାଦକ ତଥା କୋଠାବାଡି ସଂଘ ର ସଭାପତି ଶ୍ରୀ ପରମେଶ୍ୱର ବିଷୋୟୀ, ଓ ସମ୍ପାଦକ ରାମ ବିଷୋୟୀ ଉପସ୍ଥିତ ରହି ଶ୍ରମିକ ମାନଙ୍କ ସମସ୍ୟା ଗୁଡିକ ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l ନବରଙ୍ଗପୁରରୁ ବିଷ୍ଣୁ ପ୍ରସାଦ ବିଷୋୟୀଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।



