Home ଆଞ୍ଚଳିକ ସରପଞ୍ଚଙ୍କ ସ୍ୱାମୀ ବିନା ଟେଣ୍ଡରରେ ବିକିଲେ ପୁରୁଣା ଜିନିଷ ,ସରପଞ୍ଚ ସ୍ୱାମୀଙ୍କ ରାଜୁତି ।

ସରପଞ୍ଚଙ୍କ ସ୍ୱାମୀ ବିନା ଟେଣ୍ଡରରେ ବିକିଲେ ପୁରୁଣା ଜିନିଷ ,ସରପଞ୍ଚ ସ୍ୱାମୀଙ୍କ ରାଜୁତି ।

478

ନବରଙ୍ଗପୁର , ୦୮/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକରେ ଜଗନ୍ନାଥପୂର ପଞ୍ଚାୟତ ଦେଖିବାକୁ ମିଳିଛି ସରପଞ୍ଚ ସ୍ୱାମୀଙ୍କ ରାଜୁତି ନଳକୂପ ମରାମତି କରିବା ପାଇଁ ସରକାର ଯୋଗେଇ ଦେଉଛନ୍ତି ଓ ପୁରୁଣା ଜିନିଷକୁ ପଞ୍ଚାୟତ ମାନଙ୍କରେ ରଖିବା କୁହାଯାଇଛି ।

କିନ୍ତୁ ସେହି ସବୁ ଜିନିଷ ସରକାରୀ ହିସାବରେ ନିଲାମ କରିବା କଥା କିନ୍ତୁ କାହାକୁ କିଛି ନ କହି ସରପଞ୍ଚଙ୍କ ସ୍ୱାମୀ ମନଇଚ୍ଛା ବିକ୍ରି କରୁଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥପୂର ଗ୍ରାମବାସି l ଏନେଇ ନନ୍ଦାହାଣ୍ଡି ବିଡିଓଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି ଏବଂ ଏହାର ନକଲ ନବରଙ୍ଗପୁର ଜିଲ୍ଳାପାଳ ଓ 5t ସଚିବଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି ଗ୍ରାମବାସି l

ଏହାକୁ ତଦନ୍ତ କରି ଦଶୀ କୁ ଦଣ୍ଡ ଦେବାପାଇଁ ଅନୁରୋଧ କରିଛନ୍ତି l ନିଜ ଇଚ୍ଛାରେ କୌଣସି ସରକାରୀ ଜିନିଷ ବିକି ପାରିବେ ନାହିଁ l ଏହାକୁ ତଦନ୍ତ କରି ଯଦି ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ ଶ୍ରୀ ପ୍ରଫୁଲ କୁମାର କଅଁର କହିଛନ୍ତି l ତେବେ କେବେ କି ଭଳି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାର ବାକି ରହିଲା l