ଜାରକା ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର।

55

ଧର୍ମଶାଳା , ୦୮/୦୬/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଜାରକାସ୍ଥିତ ଭିଜନ କେୟାର ସେଂଟର ଠାରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏଥିରେ କଟକସ୍ଥିତ ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ ।

ଏଠାରେ ଆବଶ୍ୟକ ସ୍ଥଳେ ରୋଗୀମାନଙ୍କୁ କଟକ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇ ସେମାନଙ୍କର ମାଗଣାରେ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ ବହୁ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ ।

ଶିବିରକୁ ଜାରକା ରୋଟାରୀ ଓ ଇନରହୁଇଲ କ୍ଲବର କର୍ମକର୍ତା ଓ ସଦସ୍ୟମାନେ ପରିଚାଳନା କରିଥିଲେ । ଏହି ଅବସରରେ ଧର୍ମଶାଳା ପଂଚାୟତ ସମିତି ଅଧକ୍ଷ ଦୀପକ ବଳବନ୍ତ ରାୟ କ୍ଲବ ର ସଦସ୍ୟ ତା ଗ୍ରହଣ କରିଥିଲେ l

ଅନୁଷ୍ଠିତ ଉତ୍ସବରେ ବିଧାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ଧର୍ମଶାଳାରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।