ରାଜ୍ୟ ସରକାର ଓ ଆଞ୍ଚଳିକ ପରିବହନ ଦ୍ୱାରା ଆୟୋଜିତ ପ୍ରୋଗ୍ରାମ ରକ୍ଷକ ମାଧ୍ୟମରେ ପ୍ରଶିକ୍ଷଣ ଶିବିର ।

70

ଯାଜପୁର , ୦୮/୦୬/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା କ୍ଲବ ରେ ଆଜି ଓଡିଶା ସରକାର ଙ୍କ ରକ୍ଷକ ପ୍ରୋଜେକ୍ଟ ମାଧ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଥିଲା l ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଓ ଧର୍ମଶାଳା ଥାନl ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା l

ରାସ୍ତା ଦୁର୍ଘଟଣାରେ ଯାଉଛି ଲକ୍ଷ୍ଯ ଲକ୍ଷ୍ଯ ନିରୀହ ଜୀବନ, ଅନେକ୍ ଜାଗାରେ ଦୁର୍ଘଟଣା ଘଟି କ୍ଷତିଗ୍ରସ୍ତ ହୋଇ ରାସ୍ତା କଡରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲେ ମଧ୍ଯ ଅନେକ୍ ବ୍ୟକ୍ତି ସେମାନଙ୍କୁ କୌଣସି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାନ୍ତି ନାହିଁ, ଏମିତି ଛୁଅନ୍ତି ନାହିଁ ।

ଯୋଉଥି ପାଇଁ ଯିବ ଥାଉ ଥାଉ ମୃତ୍ୟୁବରଣ କରୁଛନ୍ତି କିଛି ଲୋକ, ତେବେ ଯଦି ଆପଣଙ୍କ ସମ୍ମୁଖରେ ଏଭଳି କିଛି ଘଟଣା ଘଟୁଛି ତେବେ ସେ ବ୍ୟକ୍ତିକୁ ସାହସ ଦେବା ସହ ସାହାଯ୍ଯ ମଧ୍ଯ କରିବାକୁ ଅନୁରୋଧ କରିଥିଲେ ।

ରକ୍ଷକ ର ପ୍ରଶିକ୍ଷଣ ମୁଖ୍ୟ ଦୀପକ ଚୌଧୁରୀ l ବିଭିନ୍ନ ପ୍ରକାର ଡେମୋ ଦେଖେଇ କିପରି ଭାବରେ ଲୋକଙ୍କୁ ଟେକି କି ନେବେ, କିପରି ଭାବେ ତୁଳା ଗଜ କପଡା ବାନ୍ଧିବେ, ନିଶ୍ୱାସ ବନ୍ଦ ହେଲେ କଣ କରିବେ ଏହାର ପ୍ରଶିକ୍ଷଣ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଧର୍ମଶାଳା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ, ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ କାଜଲ ପ୍ରଧାନ, ଧର୍ମଶାଳା ଥାନା ଏସ ଆଇ ପୃଷ୍ଟି ବାବୁ ଓ ଜାରକା ବିଟ ହାଉସର କିଛି କର୍ମଚାରିଙ୍କ ସହ ଧର୍ମଶାଳା ଅଞ୍ଚଳର ଡ୍ରାଇଭର୍, ସ୍କୁଲ୍, କଲେଜ ଛାତ୍ର ଓ କିଛି ସ୍ତାନୀୟ ବାସିନ୍ଦା ଯୋଗଦେଇ ପ୍ରଶିକ୍ଷଣ ସଫଳ କରିଥିଲେ l

ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l