Home ଅପରାଧ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର ।

ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର ।

108

ହିଞ୍ଜିଳିକାଟୁ , ୦୮/୦୬/୨୨ ( ଜିଲ୍ଲା ଖବର ) : ହିଞ୍ଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ଗ୍ରାମରେ ଏକ
ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଉକ୍ତ ଗ୍ରାମର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜନୈକ ଯୁବକ ନିଛାଟିଆ ସ୍ଥାନକୁ ଡ଼ାକିବା ଓ ପରେ ବାଇଧର ପାହାଡ଼ ଉପରୁ ତଳକୁ ଠେଲିଥିବା ଭଳି ଏକ ସ୍ପର୍ଶକତାର ଖବର ସାମନାକୁ ଆସିଛି ।

ଖବର ମୁତାବକ, ପୂର୍ବରୁ ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେଣୁ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଉକ୍ତ ଘଟଣା ଘଟି ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।

ଘଟଣା ପରେ ନାବାଳିକାଙ୍କ ଦୁଇ ପାପୁଲି ରକ୍ତାକ୍ତ ଥିବା ବେଳେ ପ୍ରଥମେ ହିଂଜିଳି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି ।

ଏ ନେଇ ମା’ ବାସନ୍ତୀ ନାୟକଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।