
କୋଦଳା , ୦୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଏବେ ଚାଲିଛି ରାତିଅଧିୟା କାମ କିନ୍ତୁ ଅଫିସରେ ନୁହଁ ଜନୈକ ଘରେ ଦିୟା ଯାଉଛି । ମୁକ୍ତା ଯୋଜନା ର କାର୍ଯ୍ୟାଦେଶ
ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ମାନ ଆପଣାଇଛନ୍ତି । ତନ ମଧ୍ୟରୁ ଏସହେଛଜି ଗ୍ରୁଫ ମାନଙ୍କୁ ବିଭିନ୍ନ କାମ କରିବାପାଇଁ ଲୋନ ଦେବା ସହ ଚାଷ କରିବାପାଇଁ ବ୍ଲକ ମାଧ୍ୟମରେ ସମସ୍ତ ପ୍ରକାରର ସହଯୋଗ କରିବା ଭଳି ଅନେକ ଯୋଜନା କରିଛନ୍ତି କିଭଳି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ।
କିନ୍ତୁ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ନିଜ ଇଚ୍ଛା ମୁତାବକ କାମ କରିବା ସହ କିଛି କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବାସହ ଧମକ ଦେଉଥିବା ମଧ୍ୟ ଚାହା ଖଟିରେ ଚର୍ଚ୍ଚା ହେଉଛି । ଏ ନେଇ ଆମ ପ୍ରତିନିଧି କାର୍ଯ୍ୟନିର୍ବହୀ ଅଧିକାରିଣୀ ସସ୍ମିତା ଶତପଥୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ।
ଗତ ୨୭;ତାରିଖ ରେ ୬୦ ଟି ମୁକ୍ତା ଯୋଜନା କାର୍ଯ୍ୟଦେଶ ବଣ୍ଟନ ନିମନ୍ତେ ଦସ୍ତକତ କରାଯାଇଛି । ସେଇଥିରେ କୌଣସି ଇଂରେଜର ମରାଯାଇନାହିଁ ମୋ ନଜରକୁ ମଧ୍ୟ ଜାଲିଆତି ହୋଇଥିବା ନଜର କୁ ଆସିଛି । ଏହାରି ଉପରେ ଯାହା ଆଇନ ଗତ ପଦକ୍ଷେପ ନେବାକଥା ଯଥାଶୀଘ୍ର ନିୟା ଯିବ
ହେଲେ କଥା ଉଠୁଛି ମା ରତନି ଏସଏଛଜି ଗ୍ରୁଫ -୨ ର ସୁଲତା ମହାରଣା ଙ୍କ ନାମରେ କାହିଁକି ଏଇ କାର୍ଯ୍ୟାଦେଶ ଦିଆଯାଇଛି ଓ କି ସମ୍ପର୍କ ଅଛି ।ଚେରମ୍ୟାନ ଓ ସୁଲତାଙ୍କ ଭିତରେ ଏ ପରି ଗୋଟିଏ ନୁହଁ ଆହୁରି ଅନେକ ଯାଲିୟାତି କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ଏଥିରେ ଏନଏସି ର କିଛି କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ ହେଉଛି ।
ଏହାର ଯଦି ଫୁଙ୍କାନ ଫୁଙ୍କ ତଦନ୍ତ କରାଯିବ ତାହାଲେ ଆହୁରି କେଳେଙ୍କାରୀ ପଦାକୁ ଆସିବା ସହ ଉପଯୁକ୍ତ ଗ୍ରୁଫ ମାନେ କାର୍ଯ୍ୟଦେଶ ପାଇପାରିବେ ।


