ବ୍ରହ୍ମପୁର,୨୪/୧୨(ଲକ୍ଷ୍ମୀ ନାରାୟଣ ମିଶ୍ର) ; ଗୋପାଳପୁର ସମୁଦ୍ର କୁଳରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଥମ ଦିନରେ ମହା ଆଡ଼ମ୍ବର ସହ ଉଦ୍ଘାଟନ ହୋଇଯାଇଛି l ଏହି ମହାଉତ୍ସବ ରେ ସାମୁକା ନାମକ ଏକ ସ୍ମରଣିକାକୁ ମୁଖ୍ୟମନ୍ତ୍ରୀ ଊଂବଚନ କରିଥିଲେ l ଭକ୍ତ ପ୍ରହଲ୍ଲାଦ ନାଟକର ଶତାୟୁ କଳାକାରଙ୍କୁ ସମ୍ବଦ୍ଧନ କରିଥିଲେ l ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଏମପି ମାନଙ୍କ ମଧ୍ୟରେ ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ, ଆସ୍କା ପ୍ରମିଳା ବିଶୟୀ ଉପସ୍ଥିତ ଥିବା ବେଳେ ବିଧାୟକ ମାନଙ୍କ ମଧ୍ୟରେ ଗୋପାଳପୁର ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିକ୍ରମ ପଣ୍ଡା, ଛତ୍ରପୁର ସୁବାଷ ବେହେରା, କବିସୁର୍ଯ୍ୟ ନଗର ଲତିକା ପ୍ରଧାନ, ପୋଲସରା ଶ୍ରୀ କାନ୍ତ ସାହୁ, ଖଲ୍ଲିକୋଟ ସୂର୍ଯ୍ୟ ମଣି ବୈଦ୍ୟ, ଆସ୍କା ମଞ୍ଜୁଳା ସ୍ୱାଇଁ, ଶୋରଡା ପୂର୍ଣ୍ଣସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିବା ବେଳେ ପୂର୍ବତନ ବିଧାୟକ ବ୍ରହ୍ମପୁର ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଡିଏ ଅଧକ୍ଷ ସୁବାଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷ ରୁ ୨00ରୁ ଉର୍ଦ୍ଧ ଷ୍ଟଲ ଗୁଡିକ ଖୋଲାଯାଇଥିଲା l ଏହି ମହାଉତ୍ସବରେ ପ୍ରଥମ ସନ୍ଧ୍ୟାରେ ଲକ୍ଷାଧିକ ଲୋକ ସମାଗମ ଦେଖିବା ପାଇଁ ମିଳିଥିଲା l



