Home ଅପରାଧ ଷଣ୍ଢ ଆକ୍ରମଣରେ ଯୁବକ ଗୁରୁତର ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତରିତ।

ଷଣ୍ଢ ଆକ୍ରମଣରେ ଯୁବକ ଗୁରୁତର ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତରିତ।

46


କୋଦଳା , ୦୭/୦୬/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଡାକବଙ୍ଗଳା ନିକଟରେ ଆଜି ସକାଳୁ ଗୋଲାସାହିର ବଳିଆ ଗୌଡ଼ ନାମକ ଯୁବକଙ୍କୁ ଏକ ଷଣ୍ଢ ବାରମ୍ବାର ଆକ୍ରମଣ
କରିଥିଲା ।

ଯାହା ଫଳରେ ବଳିଆ ର ଯୌନାଙ୍ଗ ଓ ଛାତି କୁ ଗଭୀର ଆଘାତ ଲାଗିଛି ।ଘଟଣା ସ୍ଥଳୁ ସ୍ଥାନୀୟ କିଛି ଲୋକ ଯୁବକଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।

ସେଇଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।


ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଇ ଷଣ୍ଢ ଟି ବୋହୁ ଲୋକଙ୍କୁ ଆକ୍ରମଣ କରିସାରିଲଣି।


ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ ଜିଲ୍ଲା ଖବର।