
ଭଞ୍ଜନଗର , ୦୭/୦୬/୨୨ ( ଜିଲ୍ଲା ଖବର ) : ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ର ୩୧ ତମ ସାମ୍ବିଧାନିକ ସମ୍ମିଳନୀ ଭଞ୍ଜନଗର town hall ଠାରେ ଅନୁଷ୍ଠିତ ହୋଇଯାଇଛି ।



ଏଥିରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଅରୁଖ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।


ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମ ରେ ଓଡ଼ିଶାର ବହୁ ଶିକ୍ଷକ ଯୋଗ ଦେଇଥିଲେ।ଶିକ୍ଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ରାଜ୍ୟ ସ୍ତରୀୟ ବିଭିନ୍ନ କର୍ମକର୍ତ୍ତା ଚୟନ କରାଯାଇଛି।


ପୂର୍ବତନ ଶିକ୍ଷକ ସଂଘ ସଭାପତି ତଥା ଜିଲ୍ଲାର ସଭାପତି ମାନେ ଯୋଗ ଦେଇଥିଲେ ପୁଣି ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ମାନଙ୍କୁ ଅଭ୍ୟର୍ଥନା ଦିଆଯାଇଛି।


ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।



