Home ଆଞ୍ଚଳିକ ସୋନୁ ନିଗମଙ୍କର “ମେ ହୁ ଦିବାନା” ହିନ୍ଦୀ ଗୀତରେ ଗୋପାଳପୁର ବେଳାଭୂମି ସାଜିଲା ଦର୍ଶକଙ୍କ ଜନ...

ସୋନୁ ନିଗମଙ୍କର “ମେ ହୁ ଦିବାନା” ହିନ୍ଦୀ ଗୀତରେ ଗୋପାଳପୁର ବେଳାଭୂମି ସାଜିଲା ଦର୍ଶକଙ୍କ ଜନ ସମୁଦ୍ର

22
ସୋନୁନିଗମଙ୍କ
ସୋନୁନିଗମଙ୍କ

ବ୍ରହ୍ମପୁର,୨୫।୧୨(ଲକ୍ଷ୍ମୀ ନାରାୟଣ ମିଶ୍ର) : ଗଞ୍ଜାମ ଜିଲ୍ଲାର ଲୋକକଳା ସଂକୃତିକ କାର୍ଯ୍ୟକ୍ରମର ଏହି ଜିଲ୍ଲା ବେଶ ପରିଚୟ ସୃଷ୍ଟି କରିଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକକଳା କାର୍ଯ୍ୟକ୍ରମ ହୋଇଯାଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଜିଲ୍ଲାର ଦେଶଓ ବିଦେଶର ବେଶ ପରିଚୟ ସୃଷ୍ଟି କରିଥିବା ଗୋପାଳପୁର ବେଳାଭୂମି ମହାଉତ୍ସବଟିକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ପରେ ପ୍ରଥମ ସନ୍ଧ୍ୟାଟି ଲୋକକଳା ଓଡିଶୀ ନୁର୍ତ୍ୟୁ, ସମ୍ବଲପୁରୀ,ଶଙ୍ଖମହୁରୀ, ଭଳି ଅନ୍ୟlନ୍ୟ କଳାଠାରୁ ମୁଖ୍ୟ ଆକର୍ଷଣ ହିନ୍ଦୀ ଓ ଓଡ଼ିଆ ଜଗତର ଓଲ୍ଲୀଉଢ ଓ ସଂଗୀତ କଳାକାର ସୋନୁନିଗମଙ୍କ ମେ ହୁ ଦିବାନା ଓ ଅନନ୍ୟ ଗୀତର ମଧୁର କଣ୍ଟ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କୁ ଗୋପାଳପୁର ସମୁଦ୍ରକୁଳକୁ ଆକର୍ଷଣ କରିଥିବା ଦେଖିବା ପାଇଁ ମିଳିଥିଲା l ଏହି ମହାଉତ୍ସବ ଲଗାତାର ୩ଦିନ ଧରି ବିଭିନ୍ନ ଲୋକକଳାକୁ ନେଇ ଦର୍ଶକଙ୍କୁ ମୁଖ୍ୟ ଆକର୍ଷଣ ଚାଲୁରହିବା ସହ ବିଭିନ୍ନ ଅନ୍ତର୍ଜାତୀୟ କଳାକାର ମାନଙ୍କୁ ଦେଖିବା ପାଇଁ ମିଳିବ l