Friday, November 13, 2026
Home ଆଞ୍ଚଳିକ ପୋଟଲାମପୁର ଠାକୁରାଣୀ ଯାତ୍ରାରେ ବେଠୁଆରର ବିଜୟୀ ପାଣ୍ଡବ ପୁରସ୍କୃତ।

ପୋଟଲାମପୁର ଠାକୁରାଣୀ ଯାତ୍ରାରେ ବେଠୁଆରର ବିଜୟୀ ପାଣ୍ଡବ ପୁରସ୍କୃତ।

97


ଧରାକୋଟ , ୦୬/୦୬/୨୨ ( ଜିଲ୍ଲା ଖବର ) : ଧରାକୋଟ ନିକଟସ୍ଥ ବେଠୁଆର ଗ୍ରାମର ମା ଘୋଡାଦେବୀ ଯୁବ ନାଟ୍ୟ ସଂସଦର ମହାନ ପୌରାଣିକ ନାଟକ ମହାସମର ବା ବିଜୟୀ ପାଣ୍ଡବ ଛତ୍ରପୁର ବ୍ଲକ ର

ପୋଟଲାମପୁର ଗ୍ରାମର ମା କୁକୁଟେଶ୍ୱରୀ ଙ୍କ ଠାକୁରାଣୀଙ୍କ ଭାଗନେଇ ପୌରାଣିକ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି ।

ଏହି ଯାତ୍ରାରେ ବେଠୁଆର ସହ ପଦାଗିରୀ, s ତିକରପଡା ସହ ଧାନଘର, ଜରଦା ସହ ଗଣ୍ଡଳା ମଧ୍ୟରେ ପୌରାଣିକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ହୃଷିକେଶ ସାହୁଙ୍କ ସଫଳ ନିର୍ଦେଶନା , ସଂଳାପ, ମଂଚ ସଜା, ଉତ୍ତମ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ ପାଇଁ ବେଠୁଆରର ବିଜୟୀ ପାଣ୍ଡବ ଯାତ୍ରାକମିଟ ଦ୍ଵାରା ପୁରସ୍କୃତ ହୋଇଛି।

ନାଟକର ଭୀମ ଚରିତ୍ର ପାଇଁ ବିଶ୍ୱଜିତ ପଟ୍ଟନାୟକ, ଅଭିମନୁ ଚରିତ୍ର ପାଇଁ ନାରାୟଣ ସ୍ଵାଇଁ ସ୍ୱତନ୍ତ୍ର ପୁରସ୍କାର ପାଇଛନ୍ତି ।

ଯାତ୍ରା କମିଟି ତରଫରୁ ଟ୍ରଫି ସହ ନଗଦ ଅର୍ଥ ରାଶି ବେଠୁଆରର ସଭାପତି ଗୋବିନ୍ଦ ଚନ୍ଦ୍ର ବିଶୋଇ, ଅଧିକାରୀ ଯୋଗେନ୍ଦ୍ର ବିଶୋଇ, ପରିଚାଳ ସତ୍ୟ ନାରାୟଣ ପଣ୍ଡା, କୋଷାଧ୍ୟ ହର୍ଷ ଗୌଡ଼ ଓ ସମ୍ପାଦକ ପ୍ରଶାନ୍ତ ବିଶୋଇ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

୧୯୮୧ ମସିହାରୁ ବେଠୁଆର ଗ୍ରାମରେ ମହାସମର ନାଟକ ଆରମ୍ଭ ହୋଇଥିଲା ।ବର୍ତ୍ତମାନ ଏହା ନୂତନ ଯୁବ କଳାକାର ମାନଙ୍କ ଦ୍ୱାରା ପରିବେଷଣ ହେଉଛି ।ଗ୍ରାମ ବାସୀ ଏଥିରେ ସହଯୋଗ ପ୍ରଦାନ କରୁଛନ୍ତି ।