ଡଙ୍ଗରଭେଜା ଫାଣ୍ଡିରେ ଗଞ୍ଜେଇ ନବରଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା

29

ନବରଙ୍ଗପୁର , ୦୬/୦୬/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡ ବ୍ଲକ ଏକ ସିମାନ୍ତ ବ୍ଲକ ହୋଇଥିବାରୁ

ଗଞ୍ଜେଇ ଚୋରା ଚାଲାଣ କାରି ମାନଙ୍କ ପାଇଁ ମୁଖ୍ୟ ରାସ୍ତା ପାଲଟିଛି l

ନନ୍ଦାହାଣ୍ଡି ବ୍ଲକକୁ ଲାଗି ମୁଖିଗୁଡା , କଳାହାଣ୍ଡି , ରାୟଗଡ଼ା , କୋରାପୁଟ ଜିଲ୍ଲା ସିମା ଲାଗିରହିଥିବା ବେଳେ ଇନ୍ଦିରା ବତୀ ଜଳ ଭଣ୍ଡାର ଲାଗିରହିଥିବାରୁ ଚୋରା ବେପାରୀଙ୍କ ନିତିଦିନିଆ ରାସ୍ତା ପାଲଟିଛି

କେତେବେଳେ ବାଘ ଚମଡ଼ା ବେପାରି ତ କେତେବେଳେ ଚୋରା ବନ୍ଧୁକ କାରବାର ସାଙ୍ଗକୁ ଗଞ୍ଜେଇ ମାଫିଆଙ୍କ ମାନେ ପୋଲିସ କବଜାରେ ପଡୁଛନ୍ତି ।


ସେହିପରି ଆଜି ନବରଙ୍ଗପୁର ପୋଲିସ କୌଣସି ଏକ ସୂତ୍ରରୁ ଖବର ପାଇ ଏକ ପଲିସ ଟିମ୍ କରି ନନ୍ଦାହାଣ୍ଡି ଅଞ୍ଚଳ ରେ ଜଗି ବସିଥିଲା ସେହି ସମୟରେ OD0୮ D ୮୧୪୯ ପିକପଭେନକୁ କାବୁ କରି ପିକପଭେନ

ସମତେ ଦୁଇଜଣ ଙ୍କୁ ମଧ୍ୟ ଧରି ଡଙ୍ଗରଭେଜା ଫାଣ୍ଡିରେ ଆଣି ଭେନରୁ ଆଠ କୁଇଣ୍ଟାଲ ତିରିସ କେଜୀ ଗଞ୍ଜେଇ ଜବତ କରିଛି ଗଞ୍ଜେଇ ର ଆନୁମାନିକ ମୁଲ୍ୟ ଏକୋ କୋଟି ରୁ ଅଧିକ ଟଙ୍କା ହେବ ବୋଲି ନବରଙ୍ଗପୁର ପୋଲିସ ପକ୍ଷରୁ କୁହାଯାଇଛି l

ସମସ୍ତ ତଦନ୍ତ ନବରଙ୍ଗପୁର ଥାନା iiC ତାରିକ ଅହମଦ କରିଥିଲେ l ଅନ୍ୟ ମାନେ ଫେରାର ହୋଇଥିବା ସୂଚନା ଦେଇଛନ୍ତି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର