Thursday, October 15, 2026
Home ଅପରାଧ ତପ୍ତପାଣି ରାଜପଥରେ ଟାଟା ଏସି ଓଲଟି ୨୦ ଆହତ ୬ ଗୁରୁତର। ଲିଫ୍ଟ ମାଗି ଚାଉଳ...

ତପ୍ତପାଣି ରାଜପଥରେ ଟାଟା ଏସି ଓଲଟି ୨୦ ଆହତ ୬ ଗୁରୁତର। ଲିଫ୍ଟ ମାଗି ଚାଉଳ ଶିଆଳି ଖଲି ଧରି ଆସୁଥିବା ବେଳେ ଦୁର୍ଘଟଣା।

57

ସାନଖେମୁଣ୍ଡି , ୦୫/୦୬/୨୨ ( ଜିଲ୍ଲା ଖବର ) : ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ ଜାତୀୟ ରାଜପଥ ଟି. ଗୋବିନ୍ଦପୁର ପଞ୍ଚାୟତ ଦଶେଇପୁର ଛକ ନିକଟରେ ଏକ ଟାଟା ଏସି ଗାଡି ଓଲଟି ୨୦ ଜଣ ଆହତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ରବିବାର ଟାଟା ଏସି ଗଜପତି ଜିଲ୍ଲା ମୋହନା ରୁ ଦିଗପହଣ୍ଡି ଅଭିମୁଖେ ଗାଡି ଗୁହାରିଆଖୋଲ ବାଉଁଶିଆନାଳ ବୁଲାଣିଆ ରାସ୍ତା ରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା l ଗାଡ଼ିରେ ଲିଫ୍ଟ ମାଗି ଟି ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ରୁ ଚାଉଳ ଧରି ଆସୁଥିବା ଶ୍ରୀରାମନଗର ଓ ଗୁହାରୀଆଖୋଲ ୧୮ ଜଣ ଓ ଦୋଳବ ଗ୍ରାମର ୨ ଜଣଙ୍କ ମୋଟ ୨୦ ଜଣ ଆହତ ହୋଇଛନ୍ତି ଗୁହାରିଆଖୋଲର ଗୁରୁବାରି ଶବର ଭିକା ଗମାଙ୍ଗ ଆରତି ଶବର ଚୈତନ୍ୟ ଶବର ଶ୍ରୀରାମନଗର ର ଡୁନି ଗମାଙ୍ଗ ନିରଞ୍ଜନ ମଣ୍ଡଳ ପ୍ରମୁଖ ଗୁରୁତର ଆହତ ହୋଇଥିବା ଜଣାପଡିଛି l ସେଭଳି ଚିନ୍ତାମଣି ଗମାଙ୍ଗ ପିତା ଗମାଙ୍ଗ ଲଳିତା ଗମାଙ୍ଗ ତପସ୍ଵିନୀ ଭୁୟାଁ ଯଶୋବନ୍ତି ଭୁୟାଁ ଭଗବତୀ ଶବର ରୁକ୍ମିଣୀ ଭୁୟାଁ ଲକ୍ଷ୍ମୀ ଗମାଙ୍ଗ ସୁଚିତ୍ରା ଗମାଙ୍ଗ ପ୍ରମୁଖ ଆହତ ହୋଇଛନ୍ତି।ଖବର ପାଇ ପାଟପୁର ପୋଲିସ, ପୋଡାମାରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି l